ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଯାଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା।ବିଭିନ୍ନ କଲେଜ ` ବିଶ୍ୱବିଦ୍ୟାଳରେ ନାମଲେଖାଇବା ପାଇଁ ହୋଇଥାଏ ଏହି ପରୀକ୍ଷା ।ଏହି ପରୀକ୍ଷା ଆଜିଠୁ ଅର୍ଥାତ ଅଗଷ୍ଟ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ଜାଏ ଚାଲିବ । ପ୍ରତେକ ଦିନ ୩ଟା ସିଫ୍ଟରେ ପରୀକ୍ଷା ହେବା ।ସେହିପରି ଅଗଷ୍ଟ ୨୫ ତାରିଖରେ ପରୀକ୍ଷା ଫଳ ଆଧରରେ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ(ଚଏସ ଫିଲିଂ) କରିବେ।
ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ସେହିପରି ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ।ସେହିପରି ସେପ୍ଟେମ୍ବର ୧୪ ଓ ୧୫ ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବାକୁ ଥିବାବେଳେ ୧୬ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସରେ ଅପଲୋଡ ହେବ।