ପାକିସ୍ତାନରୁ ମୋଦିଙ୍କ ପାଇଁ ଭଉଣୀ ପଠେଇଲେ ରାକ୍ଷୀ

0

ଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୧ ତାରିଖରେ ପଡୁଛି ରାକ୍ଷୀ ବନ୍ଧନ ଉତ୍ସବ | ଏହି ରାକ୍ଷୀ ବନ୍ଧନ ପାଇଁ ବର୍ଷ ବର୍ଷ ଧରି ଗୋଟିଏ ଭଉଣୀ ଅପେକ୍ଷା କରିଥାଏ କେବେ ରାକ୍ଷୀ ପଡିବ ଆଉ ତା ଭାଇ ହାତରେ ସେ ରାକ୍ଷୀ ବାନ୍ଧିବ | ଭାଇ ଭଉଣୀର ସମ୍ପର୍କ ସତରେ କେତେ ନିଆରା |ସେହିପରି ପ୍ରଧାନମନ୍ତ୍ରୀଙ୍କ ପାଇଁ ପାକିସ୍ଥାନରୁ ରାକ୍ଷୀ ପଠେଇଛନ୍ତି ତାଙ୍କ ଭଉଣୀ କ୍ୱାମର ମୋସିନ୍ ସେଖ୍  |

କ୍ୱାମର ମୋହସିନ୍ ଶେଖ କହିଛନ୍ତି ଯେ ମୁଁ ତାଙ୍କର ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ଏହି ଚିଠି ଲେଖିଛି।ମୁଁ ଚାହେଁ ଯେ ସେ ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ ୨୦-୨୫ ବର୍ଷରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରାକ୍ଷୀ ପଠାଉଛନ୍ତି ।ଭାଇ ପାଇଁ ରାକ୍ଷୀ ପଠାଇବା ସହିତ ସେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

କ୍ୱାମର ମୋସିନ୍ ସେଖ୍ ନିଜେ ରେଶମୀ ରିବନରେ ଏହି ରାକ୍ଷୀ ବନାଇଛନ୍ତି । ତେବେ ଖୁବଶୀଘ୍ର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସବୁ ପ୍ରସ୍ତୁୁତି ଚଳାଇଥିବା ସେ କହିଛନ୍ତି । ଏଥର ତାଙ୍କୁ ମୋଦୀ ଦିଲ୍ଲୀ ଆସିବା ପରେ କହିବେ ବୋଲି ସେ ଆଶା ରଖିଥିବା କହିଛନ୍ତି ।