ଭାରତ

ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରାଳୟ କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣ

(ନୂଆଦିଲ୍ଲୀ): ଅର୍ଥ ମନ୍ତ୍ରାଳୟରେ ଶନିବାର ହାଲୱା ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ସୀତାରମଣ ଅର୍ଥ ମନ୍ତ୍ରାଳୟର କର୍ମଚାରୀମାନଙ୍କୁ ହାଲୱା ବାଣ୍ଟିଥିଲେ । ତେବେ ବଜେଟ୍ ପୂର୍ôବୁ ଅର୍ଥ ମନ୍ତ୍ରାଳୟରେ ହାଲୱା ସମାରୋହ ପାଳନ କରିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ଅର୍ଥମନ୍ତ୍ରୀ ନିଜେ ବଜେଟ ସହ ଜଡିତ କର୍ମଚାରୀ, ଛପେଇ କର୍ମଚାରୀ ଓ ଅର୍ଥ ମନ୍ତ୍ରାଳୟ ଅଧିକାରୀଙ୍କୁ ହାଲୱା ବାଣ୍ଟିଥାନ୍ତି । ଏଥର ବଜେଟ ପୂର୍ବରୁ ହାଲୱା ସମାରୋହ ରଦ୍ଧ କରାଯାଇପାରେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ସମାରୋହ ଆୟୋଜନ କରାଯିବ ବୋଲି କୁହାଯାଇଥିଲା । କିଛି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ମିଠା ଖାଇବାର ପରମ୍ପରା ରହିଥିବାରୁ ବଜେଟ ପୂର୍ବରୁ ହାଲୱା ପ୍ରସ୍ତୁତ ହୋଇଥାଏ । ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖରୁ କେନ୍ଦ୍ରୀୟ ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୨୯ରୁ ଫେବୃଆରୀ ୧୫ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏଁ ଚାଲିବ ।

Related posts

ଜନ୍ମ ଦିନରେ ନର୍ମଦା ନଦୀରେ ପୂଜାର୍ଚ୍ଚନା କଲେ ମୋଦୀ

Report

ଶୋଫିଆନା: ଦୁଇ ଆତଙ୍କବାଦୀ ନିହତ

Report

ଆଜି ୨୭ତମ ବାବ୍ରି ମସଜିଦ ଧ୍ୱଂସ ବାର୍ଷିକୀ

Report

Leave a Comment