ବାଲିପାଟଣା / ବିଦ୍ୟା ଭୂଷଣ ଭୋଳ: ବାଲିପାଟଣା ବ୍ଲକର ସରାଟ ଗ୍ରାମ ଠାରେ ମାହୀରା କୃଷକ ଉତ୍ପାଦକ ସଂଗଠନ ର ୫୦ ରୁ ଉର୍ଦ୍ଧ ମହିଳା ଚାଷୀଙ୍କୁ ନେଇ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଓ ପଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ କାର୍ୟ୍ୟକ୍ରମରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡଃ ଶ୍ରୀ ଅରୁଣ କୁମାର ପଣ୍ଡା , ପ୍ରଧାନ ବୈଜ୍ଞାନିକ ଡଃ. ବିଶ୍ଵନାଥ ସାହୁ , ବୈଷୟିକ ସହାୟକ ଶ୍ରୀ ସଞ୍ଜୟ କୁମାର ବେହେରା , ମାହୀରା କୃଷକ ଉତ୍ପାଦକ ସଂଗଠନ ଅଧକ୍ଷ୍ୟା ଶ୍ରୀମତୀ କୁମୁଦିନୀ ସ୍ଵାଇଁ , ନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତ ପ୍ରଧାନ, ମାର୍କେଟିଙ୍ଗ ମ୍ୟାନେଜର ଶ୍ରୀ ନିମାଇଁ ଚରଣ ନାୟକ, ସିଇଓ ଶ୍ରୀ ପବିତ୍ର ମୋହନ ମହାପାତ୍ର ଓ ଉପଦେଷ୍ଟା ଶ୍ରୀ ପ୍ରତାପ ନାୟକ ଓ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ୟ୍ୟକ୍ରମରେ ପ୍ରଧାନ ବୈଜ୍ଞାନିକ ଡଃ. ବିଶ୍ଵନାଥ ସାହୁ ଛେଳି ଚାଷ ଉପରେ ଗୁଟୁତ୍ବାରୋପ କରିବାସହ ଛେଳି ସ୍ୱାସ୍ଥ୍ୟ ରକ୍ଷା ,ରୋଗ ଓ ଏହାର ନିରାକରଣ ଓ ଉନ୍ନତ କିସମ ଛେଳି ସଂଖ୍ୟା ବୃଦ୍ଧି ନିମନ୍ତେ ସେହି ଅଞ୍ଚଳର ୫ ଜଣ ଛେଳି ଚାଷୀଙ୍କୁ ଛେଳି ବଣ୍ଟନ କରିଥିଲେ। ପୂର୍ବରୁ ଉଓଡଇ ତରଫରୁ ବଣ୍ଟନ କରାଯାଇଥିବା ୧୫ ଜଣ ଛେଳି ଚାଷୀଙ୍କୁ ବିଭିନ୍ନ ଛେଳି ଔଷଧ ଓ ଭିଟାମିନ ବଣ୍ଟନ କରଯାଇଥିଲା । ଡଃ ସାହୁ ଛେଳି ଚାଷ ସହ ଘାସ ଚାଷ ଓ ପନିପରିବା ଚାଷ ଉପରେ ମଧ୍ୟ ତାଲିମ ପ୍ରଦାନ କରିଥିଲେ। ପ୍ରଧାନ ବୈଜ୍ଞାନିକ ଡଃ ଶ୍ରୀ ଅରୁଣ କୁମାର ପଣ୍ଡା ଉଓଡଇ ର ମୁଖ୍ୟ ଉଦ୍ଧେଶ୍ୟ ଓ ଲକ୍ଷ ବିଷୟରେ ଚାଷିମାନଙ୍କୁ ଅବଗତ କରିବା ସହ ଏହିସଂସ୍ଥା ଜାତୀୟ ସ୍ତରରେ ମହିଳା ମାନଙ୍କ ପାଇଁ କାମ କରୁଥିବାର ଅବଗତ କରାଇଥିଲେ । ଛେଳି ବଣ୍ଟନ ସହିତ ପରିବା ଚାଷିମାନଙ୍କୁ ଉଓଡଇ ତରଫରୁ କୃଷକ ମହିଳା ମାନଙ୍କୁ ଘାସ ଚାରା , ବ୍ୟାଟେରୀ , ମାନୁୟାଲ ସ୍ପ୍ରେୟର, କୋଡି ,କାଙ୍କ , କ୍ଷୀର କ୍ୟାନ ଇତ୍ୟାଦି ବଣ୍ଟନ କରଯାଇଥିଲା।ସର୍ବ ଶେଷରେ ସମସ୍ତ ବୈଜ୍ଞାନିକ ମାନେ ମାହୀରା ୠଚଙ ସହିତ ସର୍ବଦା କାର୍ୟ୍ୟକରିବାକୁ ପ୍ରତିଶ୍ରୁତି ଦେଇଥିଲେ ।