ଇଡ଼ୁଜୟନ୍ ଟ୍ରେନିଂ ଫାଉଣ୍ଡେସନ କାର୍ଯ୍ୟକ୍ରମ ଆରମ୍ଭ

0

(କଟକ) : ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବର କୋଳିଆ ଠାରେ ନାବାର୍ଡ ତରଫରୁ ଇଡୁଜଏନ୍ଟ୍ରେନିଂ ଫାଉଣ୍ଡେସନ ପକ୍ଷରୁ ସ୍କିଲ୍ଡେଭଲ ପମେଣ୍ଟଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଟ୍ରେନିଂ ସେଣ୍ଟର୍ର ଉଦଘାଟନ ଉତ୍ସବରେ ଯୁବନେତା ଆଶୁତୋଷ ତ୍ରିପାଠୀଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେଯୋଗ ଦେଇଥିଲେ।

ଏବଂ ତା ସହିତ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ସମ୍ମାନିତ ଅତିଥି ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ମୂଖ୍ୟବକ୍ତା ଭାବେ ୨୭ ନମ୍ବର ଜୋନ୍ର ଜିଲ୍ଲ ପରିଷଦ ବିଭୁତି ଭୁଷଣ ଷଣ୍ଢ ଏବଂ ଇଡୁଜଏନ୍ଟ୍ରେନିଂ ଫାଉଣ୍ଡେସନର ରାଜ୍ୟ ପ୍ରବନ୍ଧକ ଆଶିଷ କୁମାର ରଥ ଯୋଗ ଦେଇଥିଲେ।

ଏହି ସ୍କିଲ୍ଡେଭଲ ପମେଣ୍ଟ ସେଣ୍ଟରରେ ୬୦ ଜଣ ଛାତ୍ର ଛାତ୍ରୀମାନଙ୍କୁ ୪୦ ଦିନରେ ଦକ୍ଷତା ପ୍ରଦାନ କରାଯିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା କିମ୍ବା ଭାରତର ବିଭିନ୍ନ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯିବ।