ଭୁବନେଶ୍ୱର : ସତ୍ୟନଗରସ୍ଥିତ ୧୨ ମହଲା ବିଶିଷ୍ଟ ICOMC କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ । ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା । ଖୁବଶୀଘ୍ର ଭୁବନେଶ୍ୱର ମହାନଗର ନିଗମ (BMC) କାର୍ଯ୍ୟାଳୟ ଏହି କୋଠାର ୩ୟ ଓ ୪ର୍ଥ ମହଲାକୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି ।