ବ୍ୟୁରୋ : ଆପଣ ଲଗାତାର ସ୍ମାର୍ଟଫୋନ୍ରେ ମେଲ୍ ଚେକ୍ କରୁଛନ୍ତି ? ଫେସବୁକ୍, ଟୁଇଟର ଆଦି ସୋସିଆଲ୍ ସାଇଟ୍ରେ ଅପ୍ଡେଟରେ ରହୁଛନ୍ତି? ଏହା ଆପଣଙ୍କ ମାନସିକ ଚାପ ଆଶଙ୍କା ବୃଦ୍ଧି କରିପାରେ ବୋଲି ଆମେରିକାର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଆମେରିକାନ୍ ସାଇକୋଲୋଜିକାଲ୍ ଆସୋସିଏସନ୍(ଏପିଏ) ଅନୁସାରେ, ଏଠାରେ ପ୍ରତି ପାଞ୍ଚ ଜଣ ବୟସ୍କଙ୍କ ମଧ୍ୟରେ ୪ରୁ ଅଧିକ (୮୬ ପ୍ରତିଶତ) ଲଗାତାର ସ୍ମାର୍ଟଫୋନ୍ରେ ମେଲ୍ ଚେକ୍ କରିବା ସହିତ ସୋସିଆଲ୍ ମିଡିଆ ସହ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀ ବଦଳାଇ ଦେଇଥିବା ବୁଫ୍କା କହିଛନ୍ତି । ଗତ ବର୍ଷ ଅଗଷ୍ଟରେ ଏହି ସର୍ଭେ ଅନ୍ଲାଇନ୍ କରାଯାଇଥିଲା । ୧୮ ବର୍ଷ ବୟସରୁ ଅଧିକ ୩,୫୧୧ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ପିଲାଙ୍କ ଟେକ୍ନୋଲୋଜି ବ୍ୟବହାରରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଭିଭାବକ ମଧ୍ୟ ଚାପ ଅନୁଭବ କରୁଥିବା ଜଣାପଡ଼ିଲା ।
ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଅତି କମ୍ରେ ଖାଇବା ସମୟରେ, ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍ ବ୍ୟବହାରରେ କଟକଣା କରିଥିବା ୯୪ ପ୍ରତିଶତ ଅଭିଭାବକ କହିଥିଲେ । ଯୋଡ଼ିହୋଇ ରହୁଛନ୍ତି । ଲଗାତାର ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମାନସିକ ଚାପ ସ୍ତର ବହୁତ ବଢ଼ିଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ଟେକ୍ନୋଲୋଜି ଓ ସୋସିଆଲ୍ ମିଡିଆ ପାଇଁ ଲୋକେ ଲଗାତାର ନିଜ ସ୍ମାର୍ଟଫୋନ୍ରେ ଲାଗିରହୁଛନ୍ତି । ତେଣୁ ଡିଜିଟାଲ୍ ଜୀବନଶୈଳୀରୁ ଦୂରେଇ ରହିଲେ ଟେକ୍ନୋଲୋଜି ଦ୍ୱାରା ହେଉଥିବା ମାନସିକ ଚାପ ନିୟନ୍ତ୍ରଣରେ ବେଶ ସହାୟକ ହୋଇପାରିବ ବୋଲି ଏପିଏର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିନ୍ ବୁଫ୍କା କହିଛନ୍ତି ।
ସର୍ଭେ ଅନୁସାରେ, ଲଗାତାର ଟେକ୍ନୋଲୋଜି ସମ୍ପର୍କରେ ନଥିବା ଲୋକଙ୍କ ତୁଳନାରେ ଟେକ୍ନୋଲୋଜି ସହ ସର୍ବଦା ଜଡ଼ିତ ରହୁଥିବା ବ୍ୟକ୍ତି ଅଧିକ ଚାପଗ୍ରସ୍ତ । ଲଗାତାର ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ହାରାହାରି ଚାପ ସ୍ତର ୫.୩ ଥିବା ବେଳେ ଏଥିସହ ସର୍ବଦା ଜଡ଼ିତ ନଥିବା ଲୋକଙ୍କ ଚାପ ୪.୪ ଥିଲା । ଛୁଟିଦିନରେ ଲଗାତାର ମେଲ୍ ଚେକ୍ କରୁଥିବା ଆମେରିକୀୟ କର୍ମଚାରୀଙ୍କ ଚାପ ସ୍ତର ୬.୦ ଥିଲା । ମୋବାଇଲ ଉପକରଣଗୁଡ଼ିକର ଆବଶ୍ୟକତା ଓ ସୋସିଆଲ୍ ନେଟ୍ୱର୍କ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀ ବଦଳାଇ ଦେଇଥିବା ବୁଫ୍କା କହିଛନ୍ତି ।
ଗତ ବର୍ଷ ଅଗଷ୍ଟରେ ଏହି ସର୍ଭେ ଅନ୍ଲାଇନ୍ କରାଯାଇଥିଲା । ୧୮ ବର୍ଷ ବୟସରୁ ଅଧିକ ୩,୫୧୧ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ପିଲାଙ୍କ ଟେକ୍ନୋଲୋଜି ବ୍ୟବହାରରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଭିଭାବକ ମଧ୍ୟ ଚାପ ଅନୁଭବ କରୁଥିବା ଜଣାପଡ଼ିଲା । ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଅତି କମ୍ରେ ଖାଇବା ସମୟରେ, ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍ ବ୍ୟବହାରରେ କଟକଣା କରିଥିବା ୯୪ ପ୍ରତିଶତ ଅଭିଭାବକ କହିଥିଲେ ।