ବିମାନ କ୍ୟାବିନରେ ଧୁଆଁ

0

ବ୍ୟୁରୋ:ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଏହି ବିମାନକୁ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ କରାଯାଇଛି । ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବୁଧବାର ବିଳମ୍ବିତ ରାତିରେ ଜରୁରୀ ଅବତରଣ କରାଯାଇଛି । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରକୁ ବାହାର କରାଯାଇଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପାଇସଜେଟର Q400 ଏୟାରକ୍ରାଫ୍ଟ VT-SBQରେ ୮୦ ଯାତ୍ରୀ ଯାତ୍ରା କରୁଥିଲେ । ରାତି ପ୍ରାୟ ୧୧ ଟା ସମୟରେ ଏହି ଘଟଣା ଘଟିଥିଲା ।