ବର୍ଷାରେ ଭିଜୁଥିବା ଭଗବାନଙ୍କର ଫଟୋରେ ଇରାନୀ ଲେଖିଲେ ଏପରି ଭକ୍ତିପୂର୍ଣ୍ଣ ବାର୍ତ୍ତା

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି ଏବଂ ଅନେକ ସମୟରେ ପ୍ରଶଂସକଙ୍କ ସହ ସବୁ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଥାନ୍ତି । ମଙ୍ଗଳବାର ସେ ଇନଷ୍ଟାଗ୍ରାମ୍‌ରେ ଏକ ମନଜିଣା ଫଟୋ ସେୟାର କରିଛନ୍ତି ।

0

(ଦିଲ୍ଲୀ) : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି ଏବଂ ଅନେକ ସମୟରେ ପ୍ରଶଂସକଙ୍କ ସହ ସବୁ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଥାନ୍ତି । ମଙ୍ଗଳବାର ସେ ଇନଷ୍ଟାଗ୍ରାମ୍‌ରେ ଏକ ମନଜିଣା ଫଟୋ ସେୟାର କରିଛନ୍ତି । ସେ ଜଣେ ଦେବତାଙ୍କ ମୂର୍ତ୍ତୀ ଉପରେ ଛତା ଧରିଥିବାର ଜଣେ ଛୋଟ ଭକ୍ତର ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ଫଟୋକୁ ଏବେସୁଦ୍ଧା ୩୨ ହଜାର ଲୋକ ଲାଇକ୍‌ କରି ସାରିଛନ୍ତି ।

ସ୍ମୃତି ଇରାନୀ ଜଣେ ଦେବତାଙ୍କ ମୂର୍ତ୍ତୀ ଉପରେ ଛତା ଧରି ଥିବାର ଜଣେ ପିଲାର ଫଟୋ ସେୟାର କରିଛନ୍ତି । ଫଟୋକୁ କ୍ୟାପସନ ଦେବା ପାଇଁ ସେ ହ୍ୟାସଟ୍ୟାଗ୍‌ ଭକ୍ତିର ବ୍ୟବହାର କରିଛନ୍ତି । ଉଲ୍ଲେଖନୀୟ ଯେ, ସ୍ମୃତି ଇରାନୀ ଅନେକ ସମୟରେ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ ଭିଡ଼ିଓ ଓ ପୋଷ୍ଟ ସେୟାର କରିଥାନ୍ତି । ଏହା ପୂର୍ବରୁ ସେ ଏକ ଛୋଟ ଝିଅର କ୍ୟୁଟ୍‌ ଆନିମେଟେଡ୍‌ ଇଲଷ୍ଟ୍ରେସନ ସେୟାର କରିଥିଲେ । କେନ୍ଦ୍ର ମନ୍ତ୍ରୀ ନିଜର ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ନିଜର ଝିଅଙ୍କୁ ଶିକ୍ଷିତ କରିବାକୁ ଅନୁରୋଧ କରିଥିଲେ ।