କାର୍ଗିଲ ଯୁଦ୍ଧ ଅପେକ୍ଷା ଅଢ଼େଇ ଗୁଣା ଅଧିକ ଜୀବନ ଯାଉଛି କରୋନାରେ

0

ନୂଆଦିଲ୍ଲୀ : କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନାର ଆର୍ମି ଚିଫ୍‌ ରହିଥିବା ଜେନେରାଲ ବେଦ ପ୍ରକାଶ ମଳିକ କରୋନା ମହାମାରୀକୁ ନେଇ ଦେଶର ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ ଆମର ଦେଶ ଯୁଦ୍ଧ ଲଢ଼ୁଛି । କରୋନା ମହାମାରୀ କାରଣରୁ ଶନିବାର ଦିନ ୧୩୩୮ ଭାରତୀୟଙ୍କର ଜୀବନ ଯାଇଛି । ଏହା ପୂର୍ବରୁ ୧୧୮୨ ଲୋକଙ୍କର ଜୀବନ ଯାଇଥିଲା । କାର୍ଗିଲ ଯୁଦ୍ଧରେ ଯେତେ ଲୋକଙ୍କର ଜୀବନ ଯାଇଥିଲା , ଏହା ଠାରୁ ଅଢ଼େଇ ଗୁଣା ଅଧିକ ଜୀବନ ଯାଇଛି । କିନ୍ତୁ କଣ ଏହି ଦେଶର ଧ୍ୟାନ ଏହି ଯୁଦ୍ଧ ଉପରେ ରହିଛି ? ନିର୍ବାଚନ ରାଲି , ଧାର୍ମିକ କାର୍ଯ୍ୟକ୍ରମ , କୃଷକ ଆନ୍ଦୋଳନ , ଏହି ସବୁରେ ଆମର ରିସୋର୍ସ ସରିବାରେ ଲାଗିଛି । ଜାଗ ଭାରତ ।

ଭାରତରେ କୋଭିଡ୍‌-୧୯ର ରେକର୍ଡ ୨,୩୪,୬୯୨ଟି ନୂଆ ମାମଲା ଆସିଛି ।