ଅପରାଧ

ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ: ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ

ନୂଆଦିଲ୍ଲୀ: ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଦୁଇ ବର୍ଷ କାରା ଦଣ୍ଡରେ ଦଣ୍ଡିତ କରିବା ସହ ୨ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ସେ ୨୦୧୬ରେ ଏମ୍ସର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିବାରୁ ତାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୧୬ ମସିହା ସେପ୍ଟେମ୍ବର ୯ରେ ସୋମନାଥ ଭାରତୀଙ୍କ ସହ ଆଉ ୩୦୦ ଲୋକ ଗୋଟିଏ ଜେସିବି ଦ୍ୱାରା ଏମ୍ସର ପାଚେରୀ ଭାଙ୍ଗି ଦେଇଥିଲେ। ଏହାକୁ ବିରୋଧ କରିବା ବେଳେ ସୋମନାଥ ଭାରତୀ ଏମ୍ସର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ। ଏହା ବିରୋଧରେ ତାଙ୍କ ବିରୋଧରେ ଥାନାରେ ଏକ ଏତଲା ଦିଆଯାଇଥିଲା । ତେବେ ଏହି ଘଟଣାରେ ସୋମନାଥଙ୍କ ସହ ଅଭିଯୁକ୍ତ ଥିବା ଜଗତ ସୈନି, ଦିଲ୍ଲୀପ ଝା, ସନ୍ଦୀପ ସୋନୁ ଓ ରାକେଶ ପାଣ୍ଡେଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Related posts

ପୂର୍ବ ଶତ୍ରୁତାରୁ ୨ ମୃତ, ୩ ଗୁରୁତର

Report

ମୁସ୍କାନ ଓ ସ୍ମାଇଲ ପରେ ଏବେ ‘ପରୀ – ୨’

Report

୬ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ଜାଳିଦେଲା ଦୁର୍ବୃତ୍ତ

Report

Leave a Comment