ମାଆକୁ ଜିଅନ୍ତା ପୋତିଦେଲେ ପୁଅ-ବୋହୂ !

0

ବ୍ୟୁରୋ: ମା ଏକ ଏମିତି ଶବ୍ଦ । ଯେଉଁ ନା କୁ କେବେ କାହା ସହିତ ତୁଳନା କରି ହୁଏନି କି କେବେ ବର୍ଣ୍ଣନା କରି ହୁଏ ନାହିଁ । ସେ ହେଉଛି ମାଆ । ଯିଏ ଜଗତଜନନୀ, ଭଗିନୀ, ଦେବୀରୂପରେ ନାରାୟଣୀ । ସେ କେତେବେଳ ନ୍ୟାୟ ପାଇଁ ଲଢେଇ କରେ ତ ଆଉକେତେବେଳେ ଅନ୍ୟାୟକୁ ଦେଖିଲେ ଦୁର୍ଗା ରୂପ ଧାରଣ କରେ । ହେଲେ ମାଆର ସ୍ନେହ, ମମତା.ଓ ଭଲପାଇବାକୁ କେତେଜଣ ବୁଝିପାରୁଛନ୍ତି ଆଉ କେତେଜଣ ପାଦରେ ଆଡେଇ ଦେଉଛନ୍ତି । ଯେଉଁ ମାଆ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଟିଏ ଜନ୍ମଦିଏ ,ସେ ସେହି ସନ୍ତାନ ପାଇଁ ଅଲୋଡା ହୋଇଯାଏ । କାହିଁକି ,ଏତେ ନିଷ୍ଠୁର ଏ ସମାଜ । ଛୋଟଠାରୁ ବଡ ହେବା ପର୍ଯ୍ୟନ୍ତ ଯିଏ ନିଜ ଛାତିର କୋହ ଚାପି ରଖି ସନ୍ତାନଟିଏ ଜନ୍ମଦିଏ , ତା ପ୍ରତି ସନ୍ତାନର କାହିଁକି ଅବିଚାର ।

ବୃଦ୍ଧା ହୋଇଗଲେ ଅଲୋଡା କାହିଁକୁ ହୁଅନ୍ତି ବୃଦ୍ଧା ବାପା ମା । ଝିଅଟିଏ ହୋଇଥିଲେ ପୁଅଟିଏ ପାଇଁ ବାରମାସରେ ତେର ପର୍ବ କରି ପୁଅ ପାଇଥାଏ । ହେଲେ ସେହି ପୁଅ ଯେ ତା ଆଖିରେ ଭରିଦେବ ଅସୁମାରୀ ଲୁହ,ସେକେବେ କଳ୍ପନା କରିପାରେନା । ସନ୍ତାନ ଦେହରେ ଆଘାତ ଲାଗିଲେ ତା ଆଖିରୁ ଝରିପଡେ ଲୁହ, ଆଉ ପଣତ କାନିରେ ପୋଛିଦେଇ କୁହେ,ମୁଁ ପରା ଅଛି ତୋର ଦେହର ଆଘାତ ମୋ ଦେହକୁ ନେଇଯିବି । ହେଲେ ସେହି ପୁଅ ଆଜି ଭୁଲିଯାଇଛି ମାର ସ୍ନେହ । ଟିକେ ଭଲଭାବରେ ନଜର ପକାନ୍ତୁ ଏହି ଭିଡିଓ ଉପରକୁ, କିପରି ମାଆ ଉପରେ ପୁଅ ବୋହୁ ମିଶି ଲଦିବାରେ ଲାଗିଛନ୍ତି ପଥର । ସତରେ ଏ ପୁଅ ନା ରାକ୍ଷସ, ଯିଏ ଅନ୍ତଫାଡି ଜନ୍ମ ଦେଇଥିଲା, ଯେଉଁ କାନ୍ଧରେ ସିଏ ଶଶ୍ମାନ ଯାଇଥାନ୍ତା, ତାରି ହାତରୁ ଆଜି ସେ ଅତ୍ୟାଚାର ଶିକାର ହେଉଛି । ଧିକ ତୁମ ପୁଅ ପଣିଆ, ଧିକ ତୁମ ସମ୍ପତି ।

କେବଳ ସମ୍ପତି ପାଇଁ ମାକୁ ଏତେ ଅକଥନୀୟ ଅତ୍ୟାଚାର । ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦତପୁର ଗାଁରେ । ଜମିବାଡିକୁ କେନ୍ଦର କରି ପୁଅ ବୋହୁ ନିର୍ଯାତନା ଦେବା ପରେ ଇଟାରେ ପୋତିଦେଇଥିଲେ । ଅସହ୍ୟ ଯନ୍ତ୍ରଣାରେ ବୃଦ୍ଧାଜଣଙ୍କ ଛଟପଟ ହେଉଥିବାବେଳେ ଉଦ୍ଧାର କରିଥିଲେ ଅନ୍ୟ ଜଣେ ବୋହୁ ଏବଂ ପଡୋଶୀ । ପରେ ଏହି ଘଟଣାକୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ବିଭିନ୍ନ ଦଫାରେ ଅଭିଯୁକ୍ତ ପୁଅ ବୋହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ମା ମୁଖି ବେହେରାଙ୍କୁ ପାଖରେ ରଖିବା ନେଇ ୪ ପୁଅଙ୍କ ଭିତରେ ସବୁବେଳେ ଝଗଡା ଲାଗି ରହୁଥିଲା । ଏବେ ମରକ୍ଷକ୍ଷକ୍ଟ ବଡପୁଅଙ୍କ ପାଖରେ ରହୁଥିଲେ । ଏବେ ମଖି ବଡପୁଅ ପାଖରେ ରହୁଥିଲେ । ତେବେ ପୈତୃକ ଘରଡିହରେ ଘର କରିବାକୁ ନେଇ ବିବବାଦ ଲାଗିରହିଥିଲା । ମଝିଆଁ ପୁଅ ସହ ଅନ୍ୟଜଣେ ପୁଅ ମିଶି ଘର କରିବା ଆରମ୍ଭ କରିଥିଲେ । ମଖି ଏହାର ପ୍ରତିବାଦ କରିବାକୁ ଉତକ୍ଷିପ୍ତ ହୋଇ ପୁଅ, ବୋହୂ ତାଙ୍କୁ ଘର କରିବା ପାଇଁ ରଖିଥିବା ଇଟାରେ ପୋତି ଦେଇଥିଲେ ।