ସୋନାକ୍ଷୀଙ୍କୁ ଜାମିନ ବିହିନ ଗରଫ ପରୱାନା

0

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଆସିଛି ଜାମିନ ବିହୀନ ଗିରଫ ପରୱାନା । ୨୦୧୮ର ଏକ ମାମଲାକୁ ନେଇ ଏହି ଗିରଫ ପରୱାନା ଜାରି କରାଯାଇଛି । ସେ ସ୍ୱତଃ ଥାନାରେ ହାଜିର ନହେଲେ ତାଙ୍କୁ ପୋଲିସ ଗିରଫ କରିବା ବୋଲି ସୂଚନା ରହିଛି । ସୂଚନା ମୁତାବକ ଟଙ୍କା ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ନଦେବା ମାମଲାରେ କୋର୍ଟ ଏଭଳି ରାୟ ଦେଇଛନ୍ତି । ଉତ୍ତର ପ୍ରଦେଶ ମୁରାଦାବାଦର ଏସଜିଏମ-୪ କୋର୍ଟ ତରଫରୁ ଏହି ୱାରେଣ୍ଟ ଜାରି କରିଛନ୍ତି । ଲଗାତାର କୋର୍ଟରେ ଅନୁପସ୍ଥିତ ରହିବା କାରଣରୁ ଏଭଳି ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ଘଟଣା କ୍ରମ ଏପରିଥିଲା ମୁରାଦାବାଦରେ ରହୁଥିବା ପ୍ରମୋଦ ଶର୍ମା ୨୦୧୮ ମସିହାରେ କଟଘର ଥାନାରେ ଏତଲା ଦେଇଥିଲେ ।

ଏହି ଏତଲା ସୋନାକ୍ଷୀଙ୍କ ସମେତ ଅନ୍ୟ ୫ ଜଣଙ୍କ ନା ଯୋଡା ହୋଇଥିଲା । ସମସ୍ତଙ୍କ ଉପରେ ଠକେଇର ଅବିଯୋଗ ରହିଥିଲା । ଅଭିଯୋଗକାରୀଙ୍କ କହିବା କଥା ଥିଲା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅଭିଯୁକ୍ତ ପାଞ୍ଚ ଜଣ ତାଙ୍କ ଠାରୁ ୩୬ ଲକ୍ଷ ଟଙ୍କା ନେଇଥିଲେ । ଏହି ମାମଲା କୋର୍ଟକୁ ଯିବା ପରେ ସୋନାକ୍ଷୀଙ୍କୁ ନୋଟିସ ଆସିଥିଲେବି ଏଥିପ୍ରତି ଧ୍ୟାନଦେଇ ନଥିଲେ ସୋନାକ୍ଷୀ । ଫଳରେ ଏପ୍ରିଲ ୨୪ ସୁଦ୍ଧା ସୋନାକ୍ଷୀଙ୍କୁ କୋର୍ଟରେ ହାଜପାଇଁ ପୋଲିସକୁ ନିର୍ଦ୍ଦେଶ ରହିଛି । ପ୍ରମୋଦ ଶର୍ମା ଥାନାରେ କରିଥିବା ଅଭିଯୋଗ ମୁତାବକ ସୋନା କ୍ଷୀ ଏକ ଏଗ୍ରିମେଣ୍ଟ ସାଇନ କରିବା ପେର ବି ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।