ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ ସୋନଲ ଚୌହାନ
ଓମ୍ ରାଉତଙ୍କ ଅପ୍କମିଙ୍ଗ ଫିଲ୍ମ ‘ଆଦିପୁରୁଷ’ର ଷ୍ଟାର୍ କାଷ୍ଟରେ ସାମିଲ ହେଲେ ଆଉ ଜଣେ ଅଭିନେତ୍ରୀ ।
(ମୁମ୍ବାଇ) : ଓମ୍ ରାଉତଙ୍କ ଅପ୍କମିଙ୍ଗ ଫିଲ୍ମ ‘ଆଦିପୁରୁଷ’ର ଷ୍ଟାର୍ କାଷ୍ଟରେ ସାମିଲ ହେଲେ ଆଉ ଜଣେ ଅଭିନେତ୍ରୀ । ପ୍ରଭାସ, ସୈଫ୍ ଅଲି ଖାନ୍ ଓ କୃତି ସାନନ୍ଙ୍କ ଅଭିନୀତ ଏହି ଫିଲ୍ମରେ ଯୋଗ ଦେଇଛନ୍ତି ସୋନଲ ଚୌହାନ ।
ରାମାୟଣକୁ ପୁନଃ ବର୍ଣ୍ଣନା କରୁଥିବା ଏହି ପୌରାଣିକ ଫିଲ୍ମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ତେବେ ଫିଲ୍ମ ବିଷୟରେ ଅଧିକ କିଛି କହିବାକୁ ସୋନଲ ଚାହୁଁନାହାନ୍ତି ।
ସେ କହିଛନ୍ତି ‘ଆଦିପୁରୁଷ’ରେ ସାମିଲ ହୋଇ ମୁଁ ବହୁତ ଉତ୍ସାହିତ ଅଛି । ଏପର୍ଯ୍ୟନ୍ତ ମୁଁ ଯେଉଁ କାମ ପରଦାରେ କରିଛି, ସେଗୁଡ଼ିକଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହି ପ୍ରସିଦ୍ଧ ରଚନାକୁ ଦର୍ଶକ ଖୁବ୍ ଉପଭୋଗ କରିବେ ବୋଲି ମୁଁ ନିଶ୍ଚିତ ।’ ‘ତାନାଜୀ: ଦ ଅନ୍ସଙ୍ଗ ୱାରିଅର୍’ ଜରିଆରେ ବଲିଉଡ୍ରେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଥିବା ଓମ୍ ରାଉତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ।