ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନବଜୋତ ସିଂହ ସିଦ୍ଧୁ

ସବୁ ତର୍କ ବିତର୍କ ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ।

0

(ଦିଲ୍ଲୀ) : ସବୁ ତର୍କ ବିତର୍କ ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ପଞ୍ଜାବର ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ଥାଉକି, ପଞ୍ଜାବରେ ଦୀର୍ଘଦିନ ଧରି ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିଲା। ଉଭୟ ନେତାଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଏକ ୪ ଜଣିଆ କମିଟି ଗଠନ କରାଯାଇଥିଲା ତେବେ କମିଟି ଉଭୟ ନେତାଙ୍କୁ ମନାଇବାରେ ବିଫଳ ହେବା ପରେ ସିଧା ସୋନିଆ ଗାନ୍ଧୀ ଉଭୟ ନେତା ସହିତ ଆଲୋଚନା କରିଥିଲେ। ଦଳ ରାଜ୍ୟ ପ୍ରଭାରୀ ଦୁଇ ନେତାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଯଦି ସିଦ୍ଧୁ କ୍ଷମା ମାଗନ୍ତି ତେବେ ଅମରିନ୍ଦର ରାଜି ହେବେ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ପରେ ଖବର ଆସିଥିଲା ଯେ ସୋନିଆଙ୍କର ସମସ୍ତ ନିଷ୍ପତ୍ତି ମାନିବାକୁ ଅମରିନ୍ଦର ରାଜି ହୋଇଛନ୍ତି।।