କୁମ୍ଭ ମେଳା ହେବା ଉଚିତ୍‌ ନଥିଲା: ସୋନୁ ନିଗମ

0

(ନୂଆଦିଲ୍ଲୀ) : ଦେଶରେ କରୋନା ଭାଇରସର ଆତଙ୍କ ବୃଦ୍ଧି ପାଉଛି । ଏଭଳି ଏକ କଠିନ ସମୟରେ ସିଙ୍ଗର ସୋନୁ ନିଗମ କରୋନା ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସୋନୁ ନିଜ ଘରେ ଜଣେ ବ୍ୟକ୍ତିଙ୍କର ରୋଗରେ ପଡ଼ିଥିବା କଥା କହି ଦେଶ ଓ ଡାକ୍ତରଙ୍କ ଅବସ୍ଥା ବହୁତ ଖରାପ ଥିବାର କହିଛନ୍ତି। ଏହା ସହ ସୋନୁ ନିଗମ କହିଛନ୍ତି କି ଏହି ଥର କୁମ୍ଭ ମେଳା ଚଳିତ ବର୍ଷ ହେବାର ଉଚିତ୍‌ ନଥିଲା।
ସୋନୁ ନିଗମ ରାତି ୩ଟାରେ ନିଜର ଭିଡ଼ିଓ ବ୍ଲଗ୍‌ ତିଆରି କରି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସୋନୁ କହିଛନ୍ତି , ମୁଁ ଆଉ କାହା ବିଷୟରେ କିଛି କହିପାରିବି ନାହିଁ , ହେଲେ ଜଣେ ହିନ୍ଦୁ ଭାବେ ଏହା ନିଶ୍ଚୟ କହିପାରିବି କି କୁମ୍ଭ ମେଳା ହେବାର ଉଚିତ ନଥିଲା । କିନ୍ତୁ ଭଲ ଯେ କିଛି ମାତ୍ରାରେ ବୁଦ୍ଧି ଆସିଯାଇଛି। ମୁଁ ବିଶ୍ୱାସକୁ ବୁଝୁଛି, ହେଲେ ମୋତେ ଲାଗୁଛି କି ଏହି ସମୟରେ ଲୋକଙ୍କ ଜୀବନ ଠାରୁ ଆଉ କିଛି ଜରୁରୀ ନୁହେଁ ।