ମୁଁ ଅଭିଶାପ ଦେଉଛି ତୁ ଶାନ୍ତିରେ ରହିବୁନି: ଏବେବି ନ୍ୟାୟ ଅପେକ୍ଷାରେ ସୌମ୍ୟଙ୍କ ପରିବାର

0

ଭୁବନେଶ୍ୱର: ସେ ଝିଅକୁ ମୁଁ ଅଭିଶାପ ଦେଉଛି । ସେ ଝିଅ କେବେ ଶାନ୍ତିରେ ରହିବନି । ତାକୁ କଠୋରରୁ କଠୋର ଦଣ୍ଡ ମିଳୁ । ପୋଲିସ ସିନା ତାକୁ ଦଣ୍ଡ ଦେଇପାରିଲାନି । କିନ୍ତୁ ମୁଁ ଜଣେ ବ୍ରାହ୍ମଣ ଲୋକ, ଗୋଟେ ବାପା ଏବଂ ଜଣେ ବୟସ୍ମ ଲୋକ ଭାବେ ଅଭିଶାପ ଦେଉଛି ସେ କେବେ ବି ଭଲରେ ରହିବନି । ତା କଲା କର୍ମର ଫଳ ତାକୁ ଭଗବାନ ନିଶ୍ଚିତ ଦେବେ । ଆମଠୁ ଯେତିକି ଭଲ ପାଇବା ସ୍ନେହ ଆଦର ପାଇଥିଲା ତାପରେ ସେ ଯାହା କଲା କେବେ ବି ତାକୁ ଭଗବାନ କ୍ଷମା କରିବେନି ।

ଇଏ ହେଉଛି ଜଣେ ବାପାର ଦୁଃଖ ଆଉ ରାଗର କଥା । ନିଜ ଭେଣ୍ଡିଆ ପୁଅକୁ ହରାଇ ୩ ମାସ ହେଲା ବାପା ମା ଦୁଇଜଣ ଯେମିତି ପାଗଳ ହୋଇଯାଇଛନ୍ତି । ଏଠାରେ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବିଷୟରେ ତାଙ୍କ ବାପା ସୋନାଲୀଙ୍କୁ ଅଭିଶାପ ଦେଇଛନ୍ତି । ସୌମ୍ୟ ଏବେ ଏହି ଦୁନିଆରେ ନାହାଁନ୍ତି ସତ କିନ୍ତୁ ଆଜିବି ତାଙ୍କୁ ଝୁରୀ ହେଉଛନ୍ତି ପରିବାରଠୁ ନେଇ ସାଙ୍ଗସାଥି । ଆଶା ଥିଲା ପୋଲିସ ନ୍ୟାୟ ଦେବ ଅପରାଧିକୁ ଧରିବ କିନ୍ତୁ ସେ ଆଶା ଏବେ ଆଶାରେ ରହିଯାଇଛି । ପୁଅକୁ ହରାଇବାର ପରେ ଆଶା ଥିଲା ତା ଆତ୍ମାକୁ ନ୍ୟାୟ ମିଳିବ ବୋଲି । କିନ୍ତୁ ଏଯାଏଁ କିଛି ହୋଇ ପାରିଲାନି ।

ଘଟଣାରେ ଅପରାଧି ବି ବେଶ ଆରାମରେ ଜିବନ ବିତାଉଛି । ଯେଉଁ ଘଟଣା ଦିନେ ରାଜ୍ୟରେ ଲୋକଙ୍କ ନିଦ ହଜାଇଥିଲା ସହି ଘଟଣା ଆଜି ଶାନ୍ତ ପଡ଼ି ଯାଇଛି । ପ୍ରତିଦିନ ରାଜ୍ୟରେ ଅନେକ ଘଟଣା ଘଟେ । ଖବର ପୁରୁଣା ହେବା ପରେ ତାହା ଲୋକଙ୍କ ମନରୁ ପୋଛି ହୋଇଯାଏ । କିନ୍ତୁ ଯିଏ ନିଜର ଲୋକକୁ ହରାଇଥାଏ ତାହା ପାଇଁ ଏହା ସାରା ଜୀବନ ମନେ ରହିଥାଏ । ସୌମ୍ୟ ପାଣିଗ୍ରାହୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି । ଯେତିକି ଦିନ ଗଢ଼ୁଛି ସେତିକି ଯନ୍ତ୍ରଣା ବି ବଢ଼ୁଛି । ଯେଉଁ ପୁଅ ଏହି ବୟସରେ ବାପା ମାଙ୍କ ସାହାରା ପାଲଟିବା କଥା ଆଜି ସେ ସ୍ୱର୍ଗବାସୀ । କିନ୍ତୁ ଆଜିବି ନିଜ ପୁଅକୁ ନ୍ୟାୟ ମିଳିବା ଆଶାରେ ବୁଢ଼ା ବାପା ମା ଦୁଇଜଣ ଅନାଇ ବସିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅନ୍ୟ ସବୁ ଘଟଣା ପରି ଏହି ଘଟଣାର ବି ଠିକ ତଦନ୍ତ ହେବ ନାଁ ଘଟଣା ବାଟବଣା ହବ । ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।