ପୃଥିବୀରେ ମଙ୍ଗଳ ଗ୍ରହର ଶବ୍ଦ

0

ୱାଶିଂଟନ : ପୃଥିବୀରେ ପ୍ରଥମ ଥର ଶୁଣାଗଲା ମଙ୍ଗଳ ଗ୍ରହର ଶବ୍ଦ । ନାସା ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ନାସାର ଏହା ଆଉ ଏକ ବଡ ସଫଳତା ଅଟେ । ମଙ୍ଗଳ ଗ୍ରହରୁ ଶବ୍ଦ ସଂଗ୍ରହ କରିବାରେ ସଫଳତା ହାସଲ କରିଛି ନାସା । ଲୋହିତ ଗ୍ରହକୁ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନ ରୋଭର ଅବତରଣ କରିବା ବେଳେ ସେଠାର ଶବ୍ଦ ସଂଗ୍ରହ କରିଛି ନାସା । ୩ମିନିଟ୍ ୨୫ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ କଏଦ ହୋଇଛି । ଏହି ଅଡିଓ କ୍ଲିପକୁ ସାର୍ବଜନୀନ କରିଛି ନାସା । ମଙ୍ଗଳ ଯାନ ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବା ବେଳେ ପବନ ବହୁଥିବାର ଶବ୍ଦ ରେକର୍ଡ ହୋଇଛି ।
ନାସାର ସୂଚନା ଅନୁଯାୟୀ, ରୋଭର ମଙ୍ଗଳ ପୃଷ୍ଠରେ ଅବତରଣ କରିବା ବେଳେ ମାଇକ୍ରୋଫୋନ କାମ କରିନଥିଲା । ମାତ୍ର ଅବତରଣ କରିସାରିବା ପରେ ମାଇକ୍ରୋଫୋନ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା । ଏହା ସହ ନାସା ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି । ଏ ନେଇ ରୋଭର ପର୍ସେଭେରାନ୍ସ ପ୍ରୋଜେକ୍ଟର ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି।

 

Edit by Sushree Biswajeeta