ରସଗୋଲା ଓଡ଼ିଶାର ବୋଲି କହିଲେ ସୌରଭ ଗାଙ୍ଗୁଲି

0

ଭୁବନେଶ୍ବର: କିଛି ବର୍ଷ ପୂର୍ବେ ଓଡିଶା ଓ ପଶ୍ଚିମବଙ୍ଗ ରସଗୋଲା କାହାର ବୋଲି ନେଇ ସମ୍ନାସାମ୍ନି ହୋଇଥିଲେ |ସାଧାରଣ ଜନତା ଓ କେତେକ ରାଜନୈତିକ ଅଧିକାରିମଧ୍ୟ ଏହି ପ୍ରଶ୍ନ ଉତର ଦେବାକୁ ଯାଇ ସାମ୍ନା ସମଣୀ ହୋଇଥିଲେ |ତେବେ ୟାରୀ ଭିତରେ ବିତିଗଲାଣି ୪ବର୍ଷ |  ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲି କୌଣସି ଏକ ସୋ ରେ ରସଗୋଲା ଓଡ଼ିଶାର ବୋଲି କହିଛନ୍ତି। ସେ ଆହୁରୁ ମଧ୍ଯ କହିଛନ୍ତି ଏହା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ ବୋଲି ସୂଚନା ରହିଛି।

ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ୨୩ ଫେବ୍ରୁଆରୀ ୨୦୧୮ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଅନେକ ଦ୍ଵନ୍ଦ ଓ ସତ୍ୟତା ପ୍ରମାଣିତ ହେବାପରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଲିଥିଲା।ତେବେ  ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି।

ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କଠାରୁ ପଶ୍ଚିମବଙ୍ଗ କାରିଗରମାନେ ରସଗୋଲା ପ୍ରସ୍ତୁତି ଶିଖି ଏହାକୁ ନିଜର ବୋଲି ଦାବି କରିବା ପରଠାରୁ ଏହି ବିବାଦ ସୃଷ୍ଟି ହୋଇଥିଲା।