ସୁପରଷ୍ଟାର ଚିରଞ୍ଜୀବୀ ସିନେ ୱାର୍କସ ଏବଂ ସାମ୍ବାଦିକଙ୍କୁ ଯୋଗାଇବେ ମାଗଣା ଟୀକା

0

(ମୁମ୍ବାଇ ) : ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏଭଳି ପରିସ୍ଥିତିରେ କୋଭିଡ-୧୯ ଟୀକାକରଣ ମଧ୍ୟ ଦ୍ରୁତ ଗତିରେ କରାଯାଉଛି। ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ହାଇଦ୍ରାବାଦର ସିନେ ୱାର୍କସ ଏବଂ ସାମ୍ବାଦିକମାନଙ୍କ ପାଇଁ କରୋନା ଟିକା ମାଗଣାରେ ଯୋଗାଇଦେବେ ବୋଲି ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସେ ଟ୍ବିଟ କରି ଭିଡ଼ିଓ ସେୟାର କରିଛନ୍ତି। ଆଉ କହିଛନ୍ତି ଯେ, ୨୨ ଏପ୍ରିଲରୁ ମାଗଣାରେ ଟିକାକରଣ ଆରମ୍ଭ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ସିନେ ଓ୍ବାର୍କସ ଏବଂ ସାମ୍ବାଦିକଙ୍କୁ ନିବେଦନ କରୁଛି କି, ସେମାନେ ଆଗକୁ ଆସନ୍ତୁ ଏବଂ ଟିକା ଲଗାନ୍ତୁ। ଯଦି ଆପଣଙ୍କ ଲାଇଫ୍‌ ପାର୍ଟନର ମଧ୍ୟ ଏହି ବୟସରେ ଆସୁଛନ୍ତି, ତେବେ ସେମାନେ ମଧ୍ୟ ଟିକା ନେଇପାରିବେ। ଏହି ଟିକା ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ବିଟରେ ଅଭିନେତା କ୍ୟାପସନ୍‌ରେ ଲେଖିଛନ୍ତି- ଆସନ୍ତୁ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବା। ଟିକା ନିଅ, ମାସ୍କ ପିନ୍ଧ, ସୁରକ୍ଷିତ ରୁହ। ‘