ଚେନ୍ନାଇ: ଅସୁସ୍ଥ ହେଲେ ସାଉଥ୍ ସୁପରଷ୍ଟାର କମଲ ହାସନ । ଖବର ଅନୂଯାୟୀ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ହେବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲ ହାସନ ଅସୁସ୍ଥ ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ ମାନେ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଯାହା ଖବର ପ୍ରକାଶ ପାଉଛି, କମଲ ହାସନ ହାଇଦ୍ରାବାଦରୁ ଚେନ୍ନାଇ ଫେରୁଥିବା ବେଳେ ଜ୍ୱରରେ ପୀଡ଼ିତ ଥିଲେ । ବାଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ତାଙ୍କୁ ଟିସଚାର୍ଜ କରାଜିବ ବୋଲି ଜଣା ପଡିଛି ।