ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ

0

ଭୁବନେଶ୍ବର: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଓ ଲୋକଙ୍କ ଭଲପାଇବା ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛିବୋଲି ସାଉଥ ସୁପରଷ୍ଟାର କହିଛନ୍ତି | ସେପଟେ FIH ପୁରସ୍କାର ପାଇଁ ୫ଟି ସଚିବଙ୍କୁ କମଲ ହାସନ ପ୍ରଶଂସା କରିଛନ୍ତି | ଏଫ୍‌‌ଆଇଏଚ୍‌‌ ସଭାପତି ତୟାବ ଇକ୍ରାମ ଗତ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍‌‌ ହକି ଫେଡେରେସନ୍‌‌ (ଏଫଆଇଏଚ୍‌‌) ପ୍ରେସିଡେଣ୍ଟ୍‌‌ ସମ୍ମାନରେ ସମ୍ମାନିତ କରିଥିଲେ।

‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଥିଲେ ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି।କମଲ ହାସନ କହିଛନ୍ତି ଦେଶର ରାଜନୈତିକ ସଂସ୍କୃତି ବଦଳୁଛି । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଦଳୁଛି ଦେଶର ରାଜନୈତିକ ସଂସ୍କୃତି ।