Reporters Today
  • Home
  • ବିଜ୍ଞାନ
  • ସଫଳ ଲ୍ୟାଣ୍ଡିଂ ପରେ ସ୍ପେସଏକ୍ସରେ ବିସ୍ଫୋରଣ
ବିଜ୍ଞାନ

ସଫଳ ଲ୍ୟାଣ୍ଡିଂ ପରେ ସ୍ପେସଏକ୍ସରେ ବିସ୍ଫୋରଣ

ଟେକ୍ସାସ: ଆମେରିକୀୟ ଅରବପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସପ୍ଲୋରେସନ ଟେକ୍ନୋଲୋଜିଜ କମ୍ପାରିଜ ବୁଧବାର ଏକ ସଫଳତା ସହ ନିରାଶ ହୋଇଛି । କମ୍ପାନୀର ମାନବ ରହିତ ସବୁଠାରୁ ବଡ ରକେଟ ସ୍ପେସ ଏକ୍ସ ସଫଳତା ସହ ଭୂମିରେ ଲ୍ୟାଣ୍ଡିଂ କରିଥିଲେ ମଧ୍ୟ ବିସ୍ଫୋରଣରେ ନଷ୍ଟ ହୋଇଛି । ମସ୍କଙ୍କ ମିଶନ ମଙ୍ଗଳକୁ ଏକ ବଡ ଝଟକା ଲାଗିଛି । ମସ୍କ ମଙ୍ଗଳରେ ସହର ସୃଷ୍ଟି କରିବା ସ୍ୱପ୍ନ ଦେଖୁଥିବା ବେଳେ ତାହା ବିସ୍ଫୋରଣରେ ନଷ୍ଟ ହୋଇଯାଇଛି ।
ସ୍ପେସ ଏକ୍ସ ଷ୍ଟାରସିପ ଏସଏନ୧୦ ପ୍ରଥମ ଥର ବାୟୁରେ ପ୍ରାୟ ୬ ମିଲ ଉପରକୁ ଉଠି ସଫଳତା ସହ ମାଟି ଛୁଇଁବାର ୧୦ ମିନିଟ ଭିତରେ ବିସ୍ଫୋଟରେ ନଷ୍ଟ ହୋଇଗଲା । ବିସ୍ଫୋରଣ ଏପରି ଥିଲା କି ଲଞ୍ଚ ପ୍ୟାଡ ଉପରେ ଜଳି ପାଉଁଶ ହୋଇଗଲା । ଏହା ତୃତୀୟ ଷ୍ଟାରସିପ ରକେଟ ଥିଲା, ଯାହାକୁ ସେସଏକ୍ସ ଲଞ୍ଚ କରିଥିଲା । ଏହା ପୂର୍ବରୁ ହୋଇଥିବା ଦୁଇଟି ପରୀକ୍ଷଣ ରକେଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେତେବେଳେ ସ୍ପେସ ଏକ୍ସ ଲ୍ୟାଣ୍ଡି କଲା ଏହାର ଜଣେ କମେଣ୍ଟେଟର ପରୀକ୍ଷଣର ଉଡାଣର ଲାଇବ ପ୍ରସାରଣ ସମୟରେ କହିଥିଲେ, ଏକ ସୁନ୍ଦର ସପ୍ଟ ଲ୍ୟାଣ୍ଡିଂ । କିନ୍ତୁ ଏହାର କିଛି ମିନିଟ ପରେ ରକେଟରେ ବିସ୍ଫୋରଣ ହୋଇଥିଲା । ଦେଖୁଦେଖୁ ଏହା ନିଆଁ ଗୋଳାରେ ପରିଣତ ହୋଇ ଉପରକୁ ଉଠି ପୁଣି ଜମିରେ ପଡିଗଲା ।
ସ୍ପେସଏକ୍ସର ସଂସ୍ଥାପକ ଏଲନ ମସ୍କ ମଙ୍ଗଳ ଗ୍ରହକୁ ଯିବା ଉଦ୍ଦେଶ୍ୟରେ ଆଗାମୀ ପିଢି ପାଇଁ ସ୍ପେସସିପ ରକେଟର ବିକାଶ କରୁଛନ୍ତି । କିନ୍ତୁ ୩ଟି ରକେଟର ପରୀକ୍ଷଣ ବିଫଳ ହୋଇଛି । ଏହି ବିସ୍ଫୋରଣର କାରଣ ଜଣାପଡିନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ, ରକେଟର ଲ୍ୟାଣ୍ଡିଂ ଚକ ଚଟାଣରେ ଠିକ ଭାବେ ନ ଲାଗିବାରୁ ଏହା ଭାରସାମ୍ୟ ହରାଇ ବିସ୍ଫୋରଣ ହୋଇଥିଲା ।

Related posts

ଚିଦମ୍ବରମଙ୍କୁ ଡିଆରଡିଏ ମୁଖ୍ୟଙ୍କ ପ୍ରତି ଆକ୍ରମଣ

Report

ଜୁଲାଇ ୧୫ରେ ଲଞ୍ଚ ହେବ ଚନ୍ଦ୍ରାୟନ ୨

Report

ମୃତ ଦେହରେ କରୋନା ଭୂତାଣୁର ଆୟୁଷ, କ୍ଷମତାକୁ ନେଇ ହେବ ଅଧ୍ୟୟନ

Report

Leave a Comment