ଭୁବନେଶ୍ୱର : ଚାଷୀ ସମସ୍ୟାକୁ ନେଇ ଗୃହର ଆରମ୍ଭରୁ ବିଜେପିର ହଟ୍ଟଗୋଳ ଜାରି ରହିଛି । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିରୋଧୀ ଦଳର ବିଧାୟକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନି । ଯାହାଫଳରେ ବିଜେପି ବିଧାୟକ ମାନେ ପୋଷ୍ଟର ଧରି ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା । ସେଥିଲାଗି ଅପରାହ୍ନ ୧୧. ୩୦ ଯାଏଁ ଗୃହକୁ ମୁଲତବି ଘେଷଣା କରିଛନ୍ତି ବାଚସ୍ପତି ।