ସୋସିଆଲ ମିଡିଆ ପାଇଁ ସ୍ୱତନ୍ତ୍ର ନିୟମ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରକୁ ସ୍ୱତନ୍ତ୍ର ସୋସିଆଲ ମିଡିଆ ନିୟମ ଲାଗୁ କରିବାକୁୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନ୍ତର୍ଗତ ‘ସୋସିଆଲ ମିଡିଆ’ ବା ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ଏକ ସନ୍ତୁଳନ ବଜାୟ ରଖାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏହି ନିୟମ ପ୍ରଣୟନରେ ୩ ସପ୍ତାହ ପରେ ସରକାର କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖିଲ କରିବାକୁ କହିଛନ୍ତି । ବିଚାରପତି ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏଥି ସଂକ୍ରାନ୍ତରେ ଆଗତ ଯାଚିକାର ବିଚାର ପୂର୍ବକ ସୋସିଆଲ ମିଡିଆ କ୍ଷେତ୍ରରେ ସନ୍ତୁଳନ ରକ୍ଷା ପାଇଁ କହିଛନ୍ତି । ତେବେ ଏହି ନିୟମ ଅନ୍ତର୍ଗତ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା, ଓ ଦେଶର ଅଖଣ୍ଡତାକୁ ଗୁରୁତ୍ୱ ଦେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର, ବ୍ୟକ୍ତିଗତ ଚରିତ୍ର ସଂହାର ଉପରେ ମଧ୍ୟ ଅଙ୍କୁଶ ଲଗାଇବାକୁ କୁହାଯାଇଛି ।