ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଲେ ସ୍ୱତନ୍ତ୍ର କୋର୍ଟ

0

ନୂଆଦିଲ୍ଲୀ: ରାହୁଲଙ୍କ ପାସପୋର୍ଟ ବିବାଦ । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ବାସ୍ତବରେ, ରାହୁଲ ସଂସଦର ସଦସ୍ୟତା ଛାଡିବା ପରେ ନିଜ ପାସପୋର୍ଟ ସରେଣ୍ଡର କରି ନିଜ ପାଇଁ ଏକ ସାଧାରଣ ପାସପୋର୍ଟ ପାଇବାକୁ ଆବେଦନ କରିଥିଲେ। ତେବେ ପାସପୋର୍ଟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଏନଓସି ପ୍ରଦାନ କରିବାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ବିରୋଧ କରିଥିଲେ । ରାହୁଲଙ୍କ ପାସପୋର୍ଟରେ ଏନଓସି ପ୍ରଦାନ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ୱାମୀ କୋର୍ଟରେ କହିଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି ସର୍ବାଧିକ ୧୦ ବର୍ଷ ପାଇଁ ତାଙ୍କ ପାସପୋର୍ଟ ପାଇପାରିବେ କିନ୍ତୁ ଏହା ଏକ ସ୍ୱତନ୍ତ୍ର ମାମଲା। ସୁବ୍ରମଣ୍ୟମ୍ ସ୍ୱାମୀ କହିଥିଲେ ଯେ ୧୦ ବର୍ଷ ପାଇଁ ପାସପୋର୍ଟ ପ୍ରଦାନ କରିବାର କୌଣସି ବୈଧ କିମ୍ବା ପ୍ରଭାବଶାଳୀ କାରଣ ନାହିଁ।