(ପୁରୀ): ଆସନ୍ତା ସପ୍ତାହରୁ ପୁରୀରୁ ଯୋଧପୁର ଓ ଆଜମିରକୁ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଏନେଇ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି । ଚଳିତ ମାସ ୨୦ ତାରିଖରୁ ପ୍ରତ୍ୟେକ ବୁଧବାର ଅପରାହ୍ନ ୪ଟା ୫ରେ ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ ଯୋଧପୁର ଅଭିମୁଖେ ବାହାରିବ । ଏହି ଟ୍ରେନ ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ, ରାୟଗଡ, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜୟିନୀ, ଜୟପୁର ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ । ପ୍ରତି ଶନିବାର ଅପରାହ୍ନରେ ଯୋଧପୁରରୁ ଏହି ଟ୍ରେନ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ଜାନୁଆରୀ ୨୧ ତାରିଖରେ ପୁରୀରୁ ଏକ ସ୍ୱତନ୍ତ୍ର ଟ୍ରେନ ଆଜମିର ଅଭିମୁଖେ ରାତି ୧୧ଟା ୫ରେ ଛାଡିବ ।
previous post