Reporters Today
  • Home
  • ଓଡିଶା
  • ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ
ଓଡିଶା

ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ । ସେନା ନିଯୁକ୍ତି ରାଲିକୁ ଆସୁଥିବା ହଜାର ସଂଖ୍ୟକ ପିଲାଙ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ଓଡ଼ିଆ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ଵର ଆସିଥିବା ଓଡ଼ିଶା ପିଲାଙ୍କ ଘରବାହୁଡ଼ା ପାଇଁ ରେଳବାଇ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟ୍ରେନ କରାଯାଇଛି।
ପୂର୍ବତଟ ରେଲଓ୍ଵେର ସୂଚନା ମୁତାବକ, ଗୋଟିଏ ଟ୍ରେନ ଭୁବନେଶ୍ଵରରୁ କୋରାପୁଟ ଏବଂ ଅନ୍ୟଟି ପୁରୀରୁ ସମ୍ବଲପୁର ଯିବ। କୋରାପୁଟ ଯିବାକୁ ଥିବା ପ୍ରଥମ ଟ୍ରେନଟି ଆଜି ରାତି ୮ଟାରେ ଭୁବନେଶ୍ଵରରୁ ଛାଡ଼ିବ। ଏହି ଟ୍ରେନ ବ୍ରହ୍ମପୁର, ବିଜୟନଗରମ, ରାୟଗଡ଼ା ଦେଇ କୋରାପୁଟ ଯିବ। ସେହିଭଳି ସମ୍ବଲପୁରଗାମୀ ଦ୍ଵିତୀୟ ଟ୍ରେନ ଆଜି ରାତି ୧୧ଟାରେ ପୁରୀ ଛାଡ଼ିବ। ଏହି ଟ୍ରେନ ଭୁବନେଶ୍ଵର, ଢେଙ୍କାନାଳ ଦେଇ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। ଏହିପରି ଖୋର୍ଦ୍ଧାରୋଡ଼-ଖଡ଼ଗପୁର ପାସେଞ୍ଜର ଆଜି ସନ୍ଧ୍ୟା ସାଢେ ୭ଟାରେ ଛାଡ଼ିବ। ଦୁଇଟି ସ୍ଵତନ୍ତ୍ର ଟ୍ରେନ ଓ ପାସେଞ୍ଜର ଟ୍ରେନରେ କେବଳ ଜେନେରାଲ ବଗି ରହିବାର ବ୍ୟବସ୍ଥା କରାଯାଇଛି ।

Related posts

ବେପାରିଙ୍କ କବଜାରେ ରାସ୍ତା, ଲୋକେ ହନ୍ତସନ୍ତ

Report

ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଶାନ୍ତି

Report

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

Report

Leave a Comment