ଆଶ୍ରୟ ସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖପାତ୍ର ଅରିନ୍ଦମ ବାଗଚି

0

ସୁମି: ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରି ଏବେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ଆରମ୍ଭ କରିଛନ୍ତି। ରୁଷ ଆକ୍ରମଣ ଜୋରଦାର କରୁଥିବାରୁ ଏବେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଶ୍ରୟସ୍ଥଳ ଭିତରେ ରହିବାକୁ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ସୂଚନା ଅନୁସାରେ, ଉତ୍ତର ପୂର୍ବ ୟୁକ୍ରେନର ସୁମି ସହରରେ ଭାରତୀୟ ଛାତ୍ରଛାତ୍ରୀମାନେ ଭିଡ଼ିଓ ସେୟାର କରି କହିଥିଲେ ଯେ, ବିପଦ ଥିବା ସତ୍ତ୍ବେ ସେମାନେ ୫୦ କିଲୋମିଟର ଦୂରରେ ଥିବା ରୁଷ ସୀମାକୁ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସେମାନଙ୍କର ଶେଷ ଭିଡିଓ। ଯଦି ସେମାନଙ୍କ ସହ କିଛି ଘଟେ ତେବେ ଭାରତ ସରକାର ଏବଂ ୟୁକ୍ରେନରେ ଥିବା ଦୂତାବାସ ଦାୟୀ ରହିବେ। ଏପରି ଭିଡିଓ ଦେଖିବା ପରେ ଅରିନ୍ଦମ ବାଗଚି କହିଛନ୍ତି ଯେ, ୟୁକ୍ରେନର ସୁମିରେ ଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଆମେ ଗଭୀର ଭାବରେ ଚିନ୍ତିତ। ଏହା ସହ ଆଶ୍ରୟସ୍ଥଳରେ ସେମାନଙ୍କୁ ରହିବାକୁ ପରାମଶ୍ର ଦେଇଛନ୍ତି ।