ଆଜିଠୁ ହକି ପାଇଁ ଅନଲାଇନରେ ଟିକେଟ କିଣିପାରିବେ କ୍ରୀଡ଼ାପ୍ରେମୀ

0

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍ ।ଏହି ବିଶ୍ୱକପ ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ ଟୁର୍ନାମେଣ୍ଟ | ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବକୁ ଥିବା ବେଳେ ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।ଏନେଇ ହକି ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ | ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନରେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ । ଗତକାଲି ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ସାରା ବିଶ୍ବ ହକି ବିଶ୍ବକପ ଦେଖିବା ପାଇଁ ଅପେକ୍ଷା କରି ରହିଛି । ଦିନ ଗୋଟେ ପରଠାରୁ ପେଟିଏମ ଇନସାଇଡ଼ର ସାଇଟରୁ ଟିକେଟ ପାଇପାରିବେ | ତା ସହ ଜଣେ ବ୍ୟକ୍ତି କେବଳ ଦୁଇଟି ହିଁ ଟିକେଟ କିଣିପାରିବେ | ଭାରତ ମ୍ୟାଚ ପାଇଁ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟ ମୂଲ୍ୟ ରହିଛି ୫୦୦ ଟଙ୍କା ଥିବା ବେଳେ ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି ।