ଟିକେଟ କଳା ବଜାରୀ ଅଭିଯୋଗ ଉପରେ ପତିକ୍ରିୟା ରଖିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି

0

ଭୁବନେଶ୍ୱର : ହକି ବିଶ୍ୱକପ ଟିକେଟ କଳା ବଜାରୀ ଅଭିଯୋଗ ଉପରେ ପତିକ୍ରିୟା ରଖିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଗତ ଦିନରେ ୨୦୧୮ ମସିହା ରେ ଯେତବେଳେ ହକି ୱାର୍ଲଡ଼ କପ ହେଇଥିଲା ସେତବେଳେ ଯେଉଁ ଏକ୍ସପେଟେସନ ଥିଲା ବର୍ତ୍ତମାନ ଭୁବନେଶ୍ୱର ସହ ଦ୍ୱତୀୟ ସହର ଯୋଡି ହୋଇଛି ରାଉଲକେଲା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ସ୍ତରୀୟ ଷ୍ଟାଡିୟମ ତିଆରି କରାଗଲା । ପ୍ରଥମ ମ୍ୟାଚରେ ଭାରତ ଜିତିଲା ତେଣୁ ଦର୍ଶକ ମାନଙ୍କ ଏକ୍ସପେଟେସନ ବଢିଯାଇଛି । ତୃତୀୟ ମ୍ୟାଚଟି ଯେହେତୁ ଭୁବନେଶ୍ୱରରେ ହେଉଛି ଭୁବନେଶ୍ୱରରେ କ୍ୟାପାସିଟି ୧୫ ହଜାର । ତେଣୁ ଯେତିକି କ୍ୟାପାସିଟି ସେତିକି ମେଣ୍ଟେନ କରୁ ତାଠୁ ଅଧିକ ହେଇପାରିବ ନାହିଁ । ଦର୍ଶକଙ୍କ ଡିମାଣ୍ଡ ବଢିଯାଇଛି ।

ସେଥିପାଇଁ ଶୁଣିବାକୁ ମିଳୁଛି କିଛି ଜାଗାରେ କଳା ବଜାରୀ ହେଉଛି । ଏଥିପାଇଁ ବିଭାଗର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଯେଉଁଠି ନଜରକୁ ଆସୁଛି ତାଙ୍କ ବିରୋଧ ରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଷ୍ଟାଣ୍ଡ ଫାଙ୍କା ରହିବା ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ । ଯେହେତୁ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଓ ଚାରୋଟି ମ୍ୟାଚ ରହୁଛି । ଯେହେତୁ ଦର୍ଶକ ଗୋଟେ ଟିକେଟରେ ଚାରୋଟି ମ୍ୟାଚ ଦେଖିପାରିବେ । ମୁଁ ନିଜେ କାଲି ଯାଇଥିଲି ଫାଙ୍କା ଥିଲା । ଯାହାବି କଲେ କିଛି ପରସେଣ୍ଟ ଫାଙ୍କା ପଡିବ । ଯିଏ ଟିକେଟ ନେଇଛନ୍ତି ସବୁ ଟିକେଟ ରେ ଦର୍ଶକ ଆସୁନାହାନ୍ତି । ବିଭାଗ କେବେବି ପାସ ଦେଉନାହିଁ । ଟିକେଟ ବିକ୍ରି ଠୁ ଆରମ୍ବ କରି ସବୁ ଜିନିଷ ଏଫଆଇଏଚ କରୁଛି । ଯେଉଁଦିନ ଅନଲାଇନ ଟିକେଟ ବିକ୍ରି ଥିଲା ସେଦିନ ହିଁ ସରିଯାଇଥିଲା । ଯିଏ ପାସ ନେଇଛି ଦେଖିବାକୁ ଆସୁନି ଦୁର୍ଭାଗ୍ୟ ଜନକ କଥା ।