ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମୁଖ୍ୟ ଶାସନ ସଚିବ

0

(ଜୟନ୍ତ କୁମାର ସେଠୀ / ଗୋପ) : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପୁରୀ ଗସ୍ତରେ ଆସି ଶ୍ରୀଜୀଉ ଙ୍କୁ ଦର୍ଶନ କରିଛନ୍ତି। ସେହିପରି କିଭଳି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇ ପାରିବ ସେ ନେଇ ଜିଲ୍ଲାପାଳ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ ସେବୟତ ଙ୍କ ସହ ମଧ୍ୟ ଆଲୋଚନା କରି କଣ ସବୁ ସମସ୍ୟା ରହିଛି ସେ ନେଇ ପଚାରି ବୁଝିଛନ୍ତି। ସେପଟେ ନବ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ର ଆଜି ବୈଠକ ରହିଛି। ଶ୍ରୀମନ୍ଦିର ପରିଚଳନା କମିଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ହୋଇ ଥିବା ହେତୁ ସୁରେଶ ମହାପାତ୍ର ଉକ୍ତ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସିବ । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବକମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ହେବା ସହ ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ । ଏବଂ ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।