ଶ୍ରୀଜିଉ ଭଙ୍ଗା କିରିଟ ପିନ୍ଧିବା ନେଇ ଜଗନ୍ନାଥର ବିରୋଧ

0

ଗୋପ/ଜୟନ୍ତ କୁମାର ସେଠୀ: ସୁନା ବେଶରେ ମହାପ୍ରଭୁ ଭଙ୍ଗା କିରିଟ ପିନ୍ଧିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କୁ ଯେଭଳି ଭଙ୍ଗା କିରିଟ ପିନ୍ଧାଗଲା ତାହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଯେଉଁଠି ମହାପ୍ରଭୁଙ୍କର କୁଇଣ୍ଟାଲ କୁଇଣ୍ଟାଲ ସୁନା ଗଛିତ ହୋଇ ରହିଚି ସେଠାରେ ମହାପ୍ରଭୁ ଭଙ୍ଗା କିରିଟ ପିନ୍ଧିବା ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅପାରଗତା ବୋଲି ଜଗନ୍ନାଥ ସେନା କହିଛି। ମହାପ୍ରଭୁଙ୍କ ପ୍ରତି ଅପମାନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କୁ ତୁରନ୍ତ ସରକାର ବହିଷ୍କାର କରିବାକୁ ଜଗନ୍ନାଥ ସେନା ଦାବି କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରର ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ରହିବା ଉଚିତ ।

କିନ୍ତୁ ସରକାର ଏହା ନମାନି ପାଞ୍ଚ ପାଞ୍ଚ ଟି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି। ଫଳରେ ସେ ଶ୍ରୀମନ୍ଦିରର ଦାୟିତ୍ୱ ଠିକରେ ତୁଲାଇ ପାରୁ ନଥିବା ହେତୁ ଆଜି ମହାପ୍ରଭୁ ସୁନାବେଶରେ ଭଙ୍ଗା କିରିଟ ପିନ୍ଧିଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ସେହିପରି ଚଳିତ ରଥଯାତ୍ରା ବିନା ଭକ୍ତରେ ହୋଇ ଥିବା ବେଳେ ଶ୍ରୀକ୍ଷେତ୍ର ବାସୀ ଏହାକୁ ମାନି ଘରେ ରହିଥିଲେ। ହେଲେ ଶ୍ରୀମନ୍ଦିର କାର୍ୟ୍ୟଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରୀ ,ବିଧାୟକଙ୍କ ସମ୍ପର୍କୀୟ , ଅନୁଗତଙ୍କୁ ଅନେକ ପାସ ଦିଆଯାଇ ଥିବା ନଜରକୁ ଆସିଛି। ଏମାନଙ୍କୁ କାହିଁକି ପାସ ଦିଆଯାଇ ଥିଲା ଓ ଏହା ପଛରେ କାହାର ହାତ ଅଛି ଏହାର ତଦନ୍ତ ଦାବି କରିଛି ଜଗନ୍ନାଥ ସେନା। ସରକାର ଏହି ଦାବି ପୂରଣ ନ କଲେ ଜଗନ୍ନାଥ ପ୍ରେମୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।