ଶ୍ରୀମନ୍ଦିରରେ ବିରାଜିଲେ ଶ୍ରୀଜିଉ

0

ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ରତ୍ନ ବେଦୀରେ ବିରାଜମାନ କରିସାରିଛନ୍ତି ମହାପ୍ରଭୁ । ଆଜିଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି। ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ଦୀର୍ଘ ଏକ ମାସ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତ ଯୋଗୁ ଅନ୍ନ ଭୋଗ ବନ୍ଦ ଥିବା ବେଳେ ଆଜି ଠାରୁ ପୁଣି ଅନ୍ନ ଭୋଗ ହୋଇଛି। ଯାହାକି ମହାପ୍ରସାଦ ଭାବେ ଭକ୍ତ ମାନେ ପାଇଛନ୍ତି। ତେବେ ନିଳାଦ୍ରୀ ବିଜେ ପରେ ଯେଉଁ ଅବଢ଼ା ପ୍ରଥମେ ବାହାରେ ତାକୁ ନୀଳାଚଳ ଅବଢ଼ା କୁହାଯାଏ। ମହାପ୍ରଭୁ ରତ୍ନ ବେଦୀକୁ ଫେରିବା ପରେ ପ୍ରଥମ ମହାପ୍ରସାଦକୁ ନୀଳାଚଳ ଅବଢ଼ା କୁହାଯାଏ। ତେବେ ଏହି ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ମାନେ ଚାତକ ଭଳି ଚାହିଁ ରହିଥିଲେ। ଯେଉଁ ଆଶା ମହାପ୍ରଭୁ ପୂରଣ କରିବା ସହ ଭକ୍ତ ମାନେ ପାଇଛନ୍ତି ନୀଳାଚଳ ଅବଢ଼ା । ଅନ୍ନ , ଡାଲି , ବେଶର , ଖେଚୁଡ଼ି , ବିଭିନ୍ନ ମିଷ୍ଠାନ , ପିଠା ଆଜି ନୀଳାଚଳ ଅବଢ଼ା ରେ ଭକ୍ତ ମାନେ ପାଇଛନ୍ତି।