ଭୁବନେଶ୍ୱର : କ୍ୱାର୍ଟର୍ସରେ ପୋଲିସ୍ କର୍ମଚାରୀଙ୍କ ଆତ୍ମହତ୍ୟା | SSB ବାଟାଲିୟନର ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର | ମୃତକ SSB ବାଟାଲିୟନର ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ସେନାପତି | ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର l ତାଙ୍କ ଘର ବାଲିପାଟଣା ଅଭୟମୁଖୀରେ ହୋଇଥିବା ଜଣାପଡିଛି । ମାନସିକ ଦୁଶ୍ଚିନ୍ତାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି ।