୫ ମାସର ପିଡିଏସ ଚଳୁ କରିଦେଲା ଏସଏସଜି

0

ହାଟଡିହି/ ବିଭୁତିଭୂଷଣ ଜେନା :ସରକାରଙ୍କ ମାଗଣା ଚାଉଳକୁ ଚଳୁ କରିଦେଲେ ଏସଏସଜି ଗ୍ରୁପ । ୫ ମାସ ହେଲା ଚାଉଳ ନଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲେ ଏହି ଗ୍ରୁପ । ଯାହାକୁ ନେଇ ହାଟଡିହି ବ୍ଳକ କାର୍ୟ୍ୟାଳୟ ପାଲଟିଲା ରଣକ୍ଷେତ୍ର।ଯୋଗାଣ ଅଧିକାରଙ୍କ କାର୍ଯ୍ୟାଳୟରେ ହିତାଧିକାରୀମାନେ ବିକ୍ଷୋପ ପ୍ରଦର୍ଶନ କରିବା ସହ ହୋ ହାଲ୍ଲା କରିଥିଲେ । ହାଟଡ଼ିହି ବ୍ଳକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ରେ ମହାଘୋଟଲା ହୋଇଥିବା ଅଭିଯୋଗ ହୋଇଛି । କଳିଗାଁ ପଞ୍ଚାୟତ ର ପାଞ୍ଚଟି ୱାର୍ଡ ରେ ପାଞ୍ଚ ମାସର ପିଡିଏସ ସାମଗ୍ରୀ ପାଇ ନଥିବା ପ୍ରତିବାଦ ରେ ଆଜି ବ୍ଳକ କାର୍ୟ୍ୟଳୟ କୁ ଘେରିଥିଲେ ତାମ୍ପଳାଗାଁ ର ଅନେକ ହିତାଧିକାରୀ।

ବ୍ଳକ କାର୍ୟ୍ୟାଳୟ ରେ ଯୋଗାଣ ଅଧିକାରୀ ଙ୍କୁ ଭେଟିବା ପରେ ହିତାଧିକାରୀ ଓ ଯୋଗାଣ ଅଧିକାରୀ ଙ୍କ ମଧ୍ୟରେ କଥା କଟକଟି ହେବାରୁ ରଣକ୍ଷେତ୍ର ପାଲଟିଥିଲା ବ୍ଳକ କାର୍ୟ୍ୟାଳୟ। ଗତକାଲି ଯୋଗାଣ ଅଧିକାରୀ ଉକ୍ତ ପଞ୍ଚାୟତ କୁ ତଦନ୍ତ କରିବା ପାଇଁ ଯାଇଥିବା ବେଳେ ଏସଏସଜି ଗ୍ରୁପର ସଭାପତି ଭାନୁମତୀ ବେହେରା ନିଜ ସମ୍ପର୍କୀୟ ଲୋକଙ୍କ ପାଖକୁ ନେଇ ପଚରାଉଚୁରା କରି ପଲେଇ ଆସିଥିଲେ। କଳିଗାଁ ସରପଞ୍ଚ ଙ୍କୁ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସମସ୍ତେ ଚାଉଳ ପାଇଛନ୍ତି ବୋଲି କହିଥିଲେ।ଫଳରେ ହିତାଧିକାରୀମାନେ ଆଜି ବ୍ଳକ କାର୍ୟ୍ୟାଳୟ ରେ ଆସି ଯୋଗାଣ ଅଧିକାରୀ ଙ୍କୁ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯୋଗାଣ ଅଧିକାରୀ ଅକ୍ଟୋବର ମାସ ତିନି ତାରିଖ ଭିତରେ ସମସ୍ତଙ୍କୁ ପିଡ଼ିଏସ ସାମଗ୍ରୀ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀମାନେ ଫେରିଯାଇଥିଲେ।