ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା , ଅଣ୍ଡା ମାଡ଼ ପାଇଁ ୩୦୭ ଦଫା

0

ଭୁବନେଶ୍ୱର/ହରପ୍ରସାଦ ବିଷୋଇ: ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିବା ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା । ଆନ୍ଦୋଳନକାରୀ ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ପୋଲିସ ଲଗାଇଲା ଦଫା ୩୦୭ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରୁଛି କଂଗ୍ରେସ । କିନ୍ତୁ ଦାବି ମୁତାବକ ଏଯାବତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ ।

ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ନିକଟରେ ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିଥିଲା । ମିଥ୍ୟା କେସ୍ ଲଗାଇ ପୋଲିସ ଛାତ୍ର କଂଗ୍ରେସର ସ୍ୱର ଚପାଇବାକୁ ଚେଷ୍ଟା କରୁଥିବା ପ୍ରେସମିଟ୍ କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । ଛାତ୍ର କଂଗ୍ରେସ ବିରୋଧରେ ମିଥ୍ୟା ଦଫା ନହଟିଲେ ଫାଇଭ-ଟି ସଚିବଙ୍କ ଘର ଆଗରେ ଆମରଣ ଅନଶନ କରିବା ନେଇ କହିଛି ଛାତ୍ର କଂଗ୍ରେସ ।