ଆଖି ଆଗରୁ ଉଭେଇ ଯାଉଛି ମନ୍ଦିର, ଜଣାନ୍ତୁ କେମିତି ?

0

ଗୁଜୁରାଟ: ଚାଲିଛି ଶ୍ରାବଣ ମାସ , କାହିଁ କେତେ ଦୂରରୁ ଶିବଙ୍କ ମୁଣ୍ଡରେ ପାଣିଢାଳିବାକୁ ଯାଇଥାନ୍ତି କାଉଡିଆ । କାରଣ କଥାରେ ଅଛି, ଶ୍ରାବଣ ମାସରେ ଶିବ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେଥିପାଇଁ ଏହି ମାସରେ ଦେଶର ବିଭିନ୍ନ ଶିବ ମନ୍ଦିରରେ ଭିଡ ଲାଗି ରହିଥାଏ । ତେବେ ଏହି ମନ୍ଦିର ମଧ୍ୟରୁ ଏମିତି ଅନେକ ମନ୍ଦିର ରହିଛି ଯାହାର ଇତିହାସ ଜାଣିବାକୁ ଦୂର ଦୂରାନ୍ତରରୁ ଭକ୍ତ ଆସିଥାନ୍ତି । । ଆଉ ସେହିଭଳି ଏକ ମନ୍ଦିର ହେଉଛି ଗୁଜୁରାଟ ବରୋଦାରେ ଥିବା ସ୍ତମ୍ଭେଶ୍ୱର ମନ୍ଦିର । ଯେଉଁ ମନ୍ଦିର ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ । ଆଉ ଏହି ଦୃଶ୍ୟକୁ ନିଜ ଆଖିରେ ଦେଖିବାକୁ ହଜାର ହଜାର ସଂଖ୍ୟକ ଭକ୍ତ ଏଠାରେ ଏକାଠି ହ୍ରୁଅନ୍ତି ।

ଏହି ଚମକ୍ରାରୀ ମନ୍ଦିର ଗୁଜୁରାଟରୁ ପ୍ରାୟ ୪୦ କିମି ଦୂରରେ ଆରବ ସାଗର କୂଳରେ ରହିଛି । କୁହାଯାଏ ଯେ ଏହି ମନ୍ଦିର ଆଜିଠୁ ପ୍ରାୟ ୧୫୦ ବର୍ଷ ପୂର୍ବରୁ ଖୋଜି ବାହାର କରା ଯାଇଥିଲା । ଏହି ମନ୍ଦିରରେ ଯେଉଁ ଶିବଲିଙ୍ଗ ରହିଛି ତାର ଉଚ୍ଚତା ୪ଫୁଟ । ତେବେ ସବୁଠୁ ବଡ଼ କଥଅ ହେଉଛି ଯେ ଏହି ମନ୍ଦିର ଦେଖୁ ଦେଖୁ ଗାୟବ କେମିତି ହୋଇଯାଏ । ଆଉ ପୁଣି କେମିତି ଫେରି ଆସେ । ତେବେ ଭଗବାନ ଶିବଙ୍କ ଏହି ବିଶ୍ୱବିଖ୍ୟାତ ସ୍ତମ୍ଭେଶ୍ୱର ମନ୍ଦିର ସମୁଦ୍ରରେ ରହିଛି । ମାନ୍ୟତା ଅନୁଯାୟୀ, ମହାଦେବଙ୍କ ପୁଅ କାର୍ତ୍ତିକ ଏହି ମନ୍ଦିରର ସ୍ଥାପନା କରିଥିଲେ । ସମୁଦ୍ର ମଝିରେ ଏହି ମନ୍ଦିର ରହିଥିବାରୁ ଦୈନିକ ୨ ଥର ଏହା ପାଣି ଭିତରେ ବୁଡି ଯାଇଥାଏ ଏବଂ ଜୁଆର କମିବା ପରେ ପୁଣିଥରେ ଦେଖିବାକୁ ମିଳିଥାଏ । ପ୍ରତିଦିନ ସନ୍ଧ୍ୟା ଓ ସକାଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଦିନକୁ ୨ ଥର ଶିବ ମନ୍ଦିର ବୁଡିବା ଓ ଦେଖାଯିବାକୁ ନେଇ ଭକ୍ତ ମାନେ କୁହନ୍ତି, ସମୁଦ୍ର ଦ୍ୱାରା ମହାଦେବଙ୍କ ଜଳାଭିଷେକ ହେଉଛି । ଜଳସ୍ତର ବଢିବା ସହ ମନ୍ଦିର ବୁଡିବା କ୍ଷଣି ଏହି ସ୍ଥାନକୁ ଭକ୍ତ ମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥାଏ । ଲୋକକଥା ଅନୁଯାୟୀ, ରାକ୍ଷସ ତାଡକାସୁରଙ୍କ ବଧ କରିବା ପରେ ଏଠାରେ କାର୍ତ୍ତିକ ଏକ ଶିବ ମନ୍ଦିରର ସ୍ଥାପନା କରିଥିଲେ । କାଳକ୍ରମେ ଏହି ମନ୍ଦିର ସମୁଦ୍ର ଗର୍ଭରେ ଲୁଚି ଯାଇଥିଲା ।