ଓଡ଼ିଶାରେ ସୁନା ଓ ଗ୍ରାଫାଇଟ ଖଣି ନେଇ ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ସୂଚନା

0

ଭୁବନେଶ୍ୱର: ଓଡିଶା ପାଇଁ ବଡ ଖୁସି ଖବର ମିଳିଛି | ଓଡ଼ିଶାରେ ସୁନା ଓ ଗ୍ରାଫାଇଟ ଖଣି ଥିବା ନଜର ଆସିଛି ତେବେ ଏହା ଓଡ଼ିଶାର ଅନୁଗୁଳ ଜିଲାରେ ସୁନା ଖଣି ଥିବା ବେଳେ ଢେଙ୍କାନାଳ ମାଟିରେ ଗ୍ରାଫାଇଟ୍ ଖଣି ଅଛି । ଯାହାର ତଥ୍ୟ ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ୱିକ ଅନୁସନ୍ଧାନ ସଂସ୍ଥା ରିସର୍ଚ୍ଚ ସମୟରେ ଜାଣିବାକୁ ପାଇଛି ।

ରାଜ୍ୟରେ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ କେତୋଟି ଖଣିର ସନ୍ଧାନ ପାଇଛି ବୋଲି ପଚରା ଯାଇଥିବା ବେଳେ ଇସ୍ପାତ ଓ ଖଣି ବିଭାଗ ଏହର ଉତ୍ତର ରଖିଥିଲେ । ସେ କହିଥିଲେ ଯେ ଗତ ଆର୍ଥକ ବର୍ଷରେ ରାଜ୍ୟରେ ମୋଟ ୬ଟି ଖଣିର ସନ୍ଧାନ ମିଳିଛି ।ଗ୍ରାଫାଇଟ୍ ଓ ସୁନା ଖଣି ସହିତ ଅନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଛି ।ଢେଙ୍କାନାଳରେ ଗ୍ରାଫାଇଟ୍ ଥିବା ବେଳେ ମାଲକାନଗିରି ଓ ଗଜପତି ଜିଲ୍ଲାରେ ଡେକୋରେଟିଭ୍ ଷ୍ଟୋନ, ମୟୂରଭଞ୍ଜ ଜିଲ୍ଲାରେ କ୍ୱାର୍ଜାଇଟ୍ ଓ ଗଞ୍ଜାମ ଜିଲ୍ଲାରେ ସ୍ଥାପତ୍ୟ ଉପେଯାଗୀ ଶିଳା ରହିଛି ।

ସେହି ପରି ରାଜ୍ୟରେ ସୁନା ଖଣିର ଅବସ୍ଥିତିକୁ ନେଇ ମଧ୍ୟ ବିଧାନ ସଭାରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରେ ଇସ୍ପାତ ଓ ଖଣି ବିଭାଗ କହିଛି ରାଜ୍ୟର ଅନୁଗୁଳ ଜିଲ୍ଲା ସମେତ ମୋଟ ୫ ଟି ଜିଲ୍ଲାର ମାଟି ତଳେ ସୁନା ପଥର ଠାବ କରାଯାଇଛି ।ତେବେ ମାଟିତଳେ ଥିବା ଏହି ସୁନା ପଥରର ପରିମାଣ ବହୁତ କମ୍ ଥିବା ବେଳେ ଏହା ବିକ୍ଷିପ୍ତ ଅବସ୍ଥାରେ ପଡି ରହିଥିବାରୁ ଏହାର ପରିମାଣ କେତେ ତାହା ଆକଳନ କରାଯାଇ ପାରିନାହିଁ।

ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ୱିକ ଅନୁସନ୍ଧାନ ସଂସ୍ଥା ରିସର୍ଚ୍ଚ ସମୟରେ ଏହି ତଥ୍ୟ ଦେଇଛି । ତେବେ ଆଉ କେଉଁସ୍ଥାନରେ ସୁନାଖଣି ଓ ମୂଲ୍ୟବାନ ଖଣି ମାନ ରହିଛି ତାହାଉପରେ ଅନୁସନ୍ଧାନ ଚାଲିଛି |