ଆବାସ ଯୋଜନା ସମ୍ପୂର୍ଣ ସ୍ୱଚ୍ଛତା ଅଵଲମ୍ବନ କରୁଛନ୍ତି  ରାଜ୍ୟ ସରକାର :ପ୍ରଦୀପ ଅମାତ, ପଂଚାୟତିରାଜ ମନ୍ତ୍ରୀ

0

ଭୁବନେଶ୍ୱର:ପ୍ରାୟ ୩ବର୍ଷ ପରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବାକୁ ଯାଉଛି।  ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି।  ୯.୫୯ଲକ୍ଷ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତସ୍ତରରେ ପ୍ରକାଶ ପାଇଥିଲା । ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବେ ସେନେଇ କାହାର ଅଭିଯୋଗ ‌ଥିବ ତେବେ ଜାନୁଆରି ୧୬ ତାରିଖରୁ ୨୪ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ରାଜ୍ୟ ସରକାର ପକ୍ଷପାତିତା କରୁଥିବା ନେଇ ବିଜେପି ଓ କଂଗ୍ରେସ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ହିତାଧିକାରୀ ଚୟନ ବେଳେ ବିଜେଡି କର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ଅଭିଯୋଗ ହେଉଥିଲା।ଏହି ଅଭିଯୋଗ ର ଉତ୍ତର ରଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ମନ୍ତ୍ରୀ କହୁଛନ୍ତି ଯେ ଆବାସ ଯୋଜନା ସମ୍ପୂର୍ଣ ସ୍ୱଚ୍ଛତା ଅଵଲମ୍ବନ କରୁଛନ୍ତି  ରାଜ୍ୟ ସରକାର | ବିଜ୍ଞାପନ ମାଧ୍ୟମରେ ଅଭିଯୋଗ କରିବାର ମାଧ୍ୟମ ମଧ୍ୟ ଭଲ ଭାବେ କହିଛନ୍ତି | ଯେଉଁମାନେ ଆବାସ ଯୋଜନାରେ ଅନିୟମିତତା ହୋଇଛି ବୋଲି କହୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବରେ କେତେ ଅଭିଯୋଗ ଦାଖଲ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ | ରାଜ୍ୟ ସରକାର ସବୁବେଳେ ତତ୍ପର ରହିଛନ୍ତି 16 ରୁ 24 ପର୍ଯ୍ୟନ୍ତ ଅବଧି ରହିଛି, ଅଭିଯୋଗ ମଧ୍ୟ ଆସୁଛି | କାଲି ଶେଷ ତାରିଖ ସରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ | ଲୋକେ ଅଭିଯୋଗ କରିବାକୁ ଡରୁଛନ୍ତି | ସେଥିପାଇଁ ଇ-ମେଲ କରିବାର ବ୍ୟବସ୍ତା ମଧ୍ୟ ହୋଇଛି | ଭୟ କରୁଥିବା ଲୋକଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ତା କରିଛନ୍ତି ।