ରାଜ୍ୟସ୍ତରୀୟ ପୁରୁଷ ହକି ଚାମ୍ପିଅନସିପ

0

ଭୁବନେଶ୍ୱର:ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜି ହୋଇଛି ରାଜ୍ୟସ୍ତରୀୟ ପୁରୁଷ ହକି ଚାମ୍ପିଅନସିପ୍ । ଗତ ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଜାଲି ରହିବ ଏହି ହକି ଚାମ୍ପିଅନସିପ । ଏହି ଚାମ୍ପିଅନସିପ୍ ରେ ପ୍ରାୟ ୨୫ ଜିଲ୍ଲ୍ା ଏବଂ ୫ ଏକାଡେମୀ ଇନ୍ଷ୍ଟିଚ୍ୟୁଟ ରୁ ମୋଟ ୫୦୦ ଖେଳାଳି ଭାଗ ନେଇଛନ୍ତି । ଆସନ୍ତା କାଲି ଏହି ଚାମ୍ପିଅନସିପ୍ ର ସେମି ଫାଇନାଲ ରହିଥିବାରୁ ଖେଳାଳି ମାନଙ୍କ ଠାରୁ ଆରମ୍ଭକରି ହକି ଲଭର ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ହକି ଆସୋସିଏସନ୍ ର ସଭାପତି ତଥା ହକି ପ୍ରମୋସନ କାଉନସିଲର ଚେୟାରମ୍ୟାନ ଦିଲ୍ଲିପ୍ ତିର୍କୀ ନିରନ୍ତନ ପ୍ରକାଶ କରି କହିଛନ୍ତି ଯେ ସମସ୍ତ ଜିଲ୍ଲାମାନଙ୍କର ହକି ପ୍ରତି ଥିବା ଭଲପାଇବା ଦେଖି ସେ ବହୁତ ଖୁସି ଏବଂ ଏହାହିଁ ତାଙ୍କୁ ପ୍ରୋତ୍ସାହନ ଦେଇଛି । ଏଥି ସହ ଏକ ରାଜ୍ୟସ୍ତରୀୟ ଖେଳରେ ଏତେ ସଂଖ୍ୟାରେ ଜିଲ୍ଲା ଗୁଡିକ ଯୋଗଦାନ କରିବା ଇତିହାସରେ ପ୍ରଥମ ବୋଲି ମଧ୍ୟ କହି ସେ ଓଡିଶାବାସୀଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି । ଓଡିଶା ସ୍ପେର୍ଷ୍ଟ କାଉନସିଲ , ଓଡିଶା ସରକାରଙ୍କ ସମେତ ଏହି ହକି ଚାମ୍ପିଅନସିପ ପାଇଁ ସ୍ପନସର ସାଜିଥିବା କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।