ଓଡିଶା ପାଇଁ ଗର୍ବ : ସଲମା ହେବେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ

ଆଇନଜୀବୀ ହେବା ସହ ଜୁଡିସିଆଲ ଲାଇନରେ ଜଣେ ବିଚାର ପତି ହେବାର ସ୍ୱପ୍ନ ରଖିଛନ୍ତି ସଲମା।

0

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ କିନ୍ନର ଆଇନଜୀବୀ । ପୂର୍ବ ଦିନ ଗୁଡିକ ଅପେକ୍ଷା ଆଜିକା ଦିନରେ କିନ୍ନର ମାନେ ମଧ୍ୟ ସାଧାରଣ ଜୀବନ ଜାପନ କରିବା ସହ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ଏପରି କି ସରକାରୀ ହେଉ କି ବେସରକାରୀ, ସମସ୍ତ କର୍ଯ୍ୟ କ୍ଷେତ୍ରରେ ସବୁବେଳେ ଆଗୁଆ ରହିଛନ୍ତି ସେମାନେ । ଏପରିକି ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଯାଉଛି ।

 

ବିଭିନ୍ନ ଦିଗରେ କିନ୍ନର ନିଜର ପାରିଦର୍ଶିତା ଦେଖାଇବା ପରେ ଆଇନଜୀବୀ ଆଡାକୁ ପାଦ ବଢାଇଛନ୍ତି । ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ପାଦ ଥାପିଛନ୍ତି ସଲମା ବେଗମ୍ । ତାଙ୍କର ଏପରି ସଫଳତା ହେତୁ ପୁରା କିନ୍ନର ସମ୍ପ୍ରଦାୟ ଗର୍ବ ଅନୁଭବ କରିଛନ୍ତି । ଓଡିଶା ରାଜ୍ୟ ବାର କାଉନସିଲରରେ ପଞ୍ଜିକୃତ ହୋଇଛନ୍ତି ମହମ୍ମଦ ସଲିମ । ସେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ବାସ କରନ୍ତି । ସଲମା ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାସ କରିଛନ୍ତି । ସେ ଆଇନଜୀବୀ ହେବା ସହ ଜୁଡିସିଆଲ ଲାଇନରେ ଜଣେ ବିଚାର ପତି ହେବାର ସ୍ୱପ୍ନ ରଖିଛନ୍ତି । ସଲମା ହେଉଛନ୍ତି ରାଜ୍ୟ କିନ୍ନର ମହାସଂଘର ସଭାନେତ୍ରୀ । ତାଙ୍କର ଏପରି ପାରଦର୍ଶିତାର ସମସ୍ତ ଶ୍ରେୟ ତାଙ୍କ ଗୁରୁ ମୀରା ପରୀଡାଙ୍କୁ ଦେଇଛନ୍ତି । ସେ ତାଙ୍କ ପରିବାର ସହ ରହି ପାଠ ପଢୁଛନ୍ତି । ସଲମାଙ୍କର ଏପରି ଭାବଧାରା କିନ୍ନର ସମାଜ ତଥା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣ ସାଜିଛି ।