ଚଳିତ ବର୍ଷ ମଦରୁ ମିଳିଛି ୧୭,୧୭୭ କୋଟି ଟଙ୍କା

ମହାମାରୀ କରୋନା ପାଇଁ ଜାରି ଲକଡାଉନ ହଟିବା ମାତ୍ରେ ସମଗ୍ର ଦେଶରେ ମଦ ବିକ୍ରି ବୃଦ୍ଧି ପାଇଛି।

0

(ଦିଲ୍ଲୀ) : ମହାମାରୀ କରୋନା ପାଇଁ ଜାରି ଲକଡାଉନ ହଟିବା ମାତ୍ରେ ସମଗ୍ର ଦେଶରେ ମଦ ବିକ୍ରି ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ମଦ ବିକ୍ରି ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି।

କରୋନା କଟକଣା ହଟିବା ପରେ ରାଜ୍ୟରେ ଭାରତ ନିର୍ମିତ ବିଦେଶୀ ମଦର ବିକ୍ରି ୧୭% ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଲୋକମାନେ ଅଧିକ ମାତ୍ରାରେ ମଦ କିଣିଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି।

ରାଜ୍ୟ ଅବକାରୀ ବିଭାଗର ତଥ୍ୟ ଅନୁସାରେ, ବିଗତ ୩ ବର୍ଷ ତୁଳନାରେ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ସବୁଠାରୁ ଅଧିକ ରାଜସ୍ୱ ପାଇଛନ୍ତି। ବର୍ଷକ ମଧ୍ୟରେ ୧୭,୧୭୭ କୋଟି ଟଙ୍କା ମଦ ବିକ୍ରିରୁ ମିଳିଛି। ଏହା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୨ ହଜାର କୋଟି ଟଙ୍କା ଅଧିକ।