ଭୁବନେଶ୍ୱର (ହର ପ୍ରସାଦ ବିଷୋଇ) :- ପାଳିତ ହୋଇଛି ରାଜ୍ୟସ୍ତରୀୟ ପାକୃତିକ ବିପର୍ଯୟ ପ୍ରସ୍ତୁତି ଓ ଜାତୀୟ ସ୍ତରୀୟ ପାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଚଳିତ ବର୍ଷ ର ବିଷୟ ବସ୍ତୁ ରହିଛି ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି ର ସ୍ଥିତି ସ୍ଥାପକତା ରେ ଗୋଷ୍ଟିର ଭୂମିକା । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ କରାଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିପର୍ଯ୍ୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା । କାର୍ଯ୍ୟକ୍ରମକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରିଥିଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ।
ସାଙ୍ଗରେ ଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ।ପାକୃତିକ ବିପର୍ଯୟ ମୁକାବିଲା ପାଇଁ ଓଡିଶା ପାଖରେ ସବୁ ସାଧନ ରହିଛି, ବିପର୍ଯୟ ମୁକାବିଲା ପାଇଁ ସମସ୍ତଙ୍କୁ ସାମିଲ କରାଯାଇଛି, ସମସ୍ତ ଙ୍କ ସହଯୋଗରେ ବିପର୍ଯୟ ର ମୁକାବିଲା କରାଯାଇ ପାରୁଛି, ୪୦+ ହାଜର ସ୍ବେଛାସେବୀ ଙ୍କୁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିପର୍ଯୟ ସମ୍ବଧୀୟ ନିଆ ଯାଇଥିବା ନିଷ୍ପତ୍ତି ଆଧାର ରେ OSDM ଆଶ୍ରୟ ସ୍ଥଳୀ ତଥା ଗୋଷ୍ଟି ସ୍ତରୀୟ ସ୍ବେଛାସେବୀ ଙ୍କୁ ଆଶ୍ରୟସ୍ଥଳୀ ପରିଚାଳନା ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ସମ୍ବଧୀୟ ତାଲିମ ଦିଆଯାଉଛି । ରାଜ୍ୟସରକାର ଙ୍କ ବିଭିନ୍ନ ବିଭଗ ର ଅଧିକାରୀ ମିଳିତ ଜାତିସଙ୍ଘ ର ବିଭିନ୍ନ ଅନୁଷ୍ଠାନ ର ପ୍ରତିନିଧି, ODRAF, NDRF, ଅଗ୍ନିଶମ ବାହିନୀ,ଓ ସ୍ବେଛାସେବୀ ଅଂଶଗ୍ରହଣ କରିଥିଲେ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା । ତେଣୁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର।
ରାଜ୍ୟର ବିପର୍ଯୟ ପରିଚାଳନା ରେ ଏତାଦୃଶ ଅବଦାନ ନିମନ୍ତେ ଏହି ଅବସରରେ ଓଡିଶା ରାଜ୍ୟ ବିପର୍ଯୟ କତୃପକ୍ଷ ଙ୍କ ଦ୍ୱାରା ଗୋଷ୍ଟୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଏହି ଅବସରରେ କୋଭିଡ -୧୯ ମହାମାରୀ ସମୟ ରେ ବିପର୍ଯୟ ପରିଚାଳନା, ବିପର୍ଯୟ ସହନଶୀଳତା ବିଦ୍ୟାଳୟ ଭିତ୍ତି ଭୂମି ନିର୍ମାଣ ସମେତ OSDM କାର୍ଯ୍ୟକ୍ରମ ସମ୍ବଧୀୟ ପୁସ୍ତିକା ଉନ୍ମୋଚିତ କରାଯାଇଛି |