ଜୁନିୟର ହକି ବିଶ୍ୱକପ ପୂର୍ବରୁ ସଜେଇ ହେଇଛି ଷ୍ଟିଲ ସିଟି

0

ରାଉରକେଲା: ଓଡ଼ିଶା ସରକାର ରାଜ୍ୟରେ ବିଶ୍ୱକପ ହକି ଆୟୋଜନ କରି ସଫଳ ହୋଇଥିବାବେଳେ ପୁନର୍ବାର ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ । ବିଶ୍ୱକପ ଆରମ୍ଭରୁ ସଜେଇ ହେଇଛି ରାଉରକେଲା ସହର । ବିଭିନ୍ନ ସ୍ଥାନରେ ସୈନ୍ଦର୍ଯ୍ୟକରଣ ଦେଖିବାକୁ ମିଳିଛି । କୋଏଲ ନଗର ଠାରେ ୩୨ ଏକର ଜମିରେ ନିର୍ମାଣ ହେଉଛି ପାର୍କ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଅଲଗା ଅଲଗା ବୋଟିଂ ଵ୍ୟଵସ୍ଥା ସହ ଫୁଡ ପ୍ଲାଜା, ମଲ୍ଟି ପର୍ପଜ ମଣ୍ଡପ, ପିକନିକ୍ ପିଣ୍ଡି, ଯୋଗ କରିବା ସ୍ଥାନ ନିର୍ମାଣ କରାଯାଉଛି । ଗୋଟିଏ ସ୍ଥାନରେ ସହରଵାସୀଙ୍କୁ ସୁଲଭ ମୂଲ୍ୟରେ ମନୋରଞ୍ଜନର ସମସ୍ତ ସୁବିଧା ଯୋଗାଇ ଦେବା ମୂଳ ଲକ୍ଷ୍ୟ ରଖାଯାଇଛି । ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରର ସୈନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବାରୁ ରାଉରକେଲା ସହରବାସୀ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ତେବେ ବିଶ୍ୱକପ ପାଇଁ ଓଡିଶା ସରକାର ରାଉରକେଲାରେ ଏକ ଷ୍ଟାଡିୟମ ନିର୍ମାଣ କରୁଥିବାବେଳେ କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ କରିଛନ୍ତି ସରକାର । ତେବେ ଆଗକୁ ରାଉରକେଲାରେ ହିଁ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବାବେଳେ ସଜେଇ ହେଉଛି ରାଉରକେଲା ।