ବାଘ ଛାଲ ଓ ହରିଣ ଛାଲ ଡିଲ ବେଳେ କାବୁକଲା ଏସଟିଏଫ

0

(ଆଦର୍ଶ/ରିପୋଟରର୍ସ ଟୁଡ଼େ) : ଏସଟିଏଫକୁ ମିଳିଛି ବଡ଼ ସଫଳତା । ନୟାଗଡ ଦଶପଲା ଜଙ୍ଗଲରେ ବାଘ ଛାଲ ଓ ହରିଣ ଛାଲ ଡିଲ ବେଳେ କାବୁକଲା ଏସଟିଏଫ ଅଫିସର । ୨ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ବାଘ ଛାଲ ସମେତ ଦୁଇଟି ହରିଣ ଛାଲ ଜବତ କରିଛି ଏସଟିଏଫ ଟିମ । ନୟାଡର ଦଶପଲ୍ଲାର ଗିରିପୁଜା ଜଙ୍ଗଲରେ ଚାଲିଥିଲା ଏହି ବଡ ଅପରେସନ । ଦୁଇ ବେପାରୀ ପ୍ରତାପ ନାୟକ ଘର ନୟାଗଡ ଦଶପଲା ସକିନ ଗ୍ରାମର ଅନ୍ୟଜଣେ କିଶୋର ଚନ୍ଦ୍ର ଦେହୁରୀ ନୟାଗଡ ଦଶପଲ୍ଲା ଦେଢଶୁରା ଶିମିଳିସାହିର ବୋଲି ଜଣାପଡିଛି । ଜବତ ବାଘ ଓ ହରିଣ ଛାଲକୁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟକୁ ପଠାଯାଇଛି । ତେବେ କେମିତି ଓ କେଉଁଠୁ ଆସିଲା ସେନେଇ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।