ଆଇପିଏଲରୁ ବାଦ୍ ପଡିଲେ ଷ୍ଟୋକ୍ସ

0

ଜୟପୁର: ଚଳିତ ଆଇପିଏଲ ସିଜନ ରାଜସ୍ଥାନ ରୋୟଲ୍ସ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି । ଦଳର ମୁଖ୍ୟ ଖେଳାଳୀ ବେନ ଷ୍ଟୋକ୍ସ ଚଳିତ ଆଇପିଏଲ ସିଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡିଛନ୍ତି । ଭିଭୋ ଆଇପିଏଲର ୧୪ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ ବିରୁଦ୍ଧରେ ଆହତ ହୋଇଥିଲେ ଷ୍ଟୋକ୍ସ । ଏକ୍ସ-ରେ କରିବାରୁ ତାଙ୍କ ବାମ ହାତର ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡିଛି । ପଞ୍ଜାବ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ କ୍ୟାଚ ଧରିବା ସମୟରେ ଷ୍ଟୋକ୍ସ ଆହତ ହୋଇଥିଲେ । ଯାହା ଫଳରେ ୨୦୨୧ ଆଇପିଏଲ ସିଜନରୁ ବେନ ଷ୍ଟୋକ୍ସ ବାଦ ପଡିଛନ୍ତି । ତେବେ ସେ ଦଳ ସହିତ ଶେଷ ପର୍ଯ୍ୟନ୍ତ ଯୋଡି ହୋଇ ରହିବାକୁ ନିଷ୍ପତ୍ତ ନେଇଛନ୍ତି ଷ୍ଟୋକ୍ସ । ରାଜସ୍ଥାନ ରୋୟଲ୍ସ ପାଇଁ ସେ ଅନେକ ମ୍ୟାଚରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ହାରିବା ମ୍ୟାଚକୁ ଜିତାଇବାରେ ଅନେକ ଥର ତାଙ୍କର ବହୁମୂଲ୍ୟ ଯୋଗଦାନ ପାଇଛି ରାଜସ୍ଥାନ । ଆହତ ପରେ ମଧ୍ୟ ପଞ୍ଜାବ ବିପକ୍ଷ ମ୍ୟାଚରେ ପୁଣିଥରେ ସେ ଦଳ ପାଇଁ ଥିବା କର୍ତ୍ତବ୍ୟକୁ ଭୁଲି ନଥିଲେ । ଭଙ୍ଗା ଆଙ୍ଗୁଠି ସତ୍ତେ୍ୱ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ ସେ । ଯଦିଓ କୈାଣସି ରନ ସଂଗ୍ରହ କରିବା ପୁର୍ବରୁ ଆଉଟ ହୋଇଯାଇଥିଲେ, କିନ୍ତୁ ଏହା ତାଙ୍କର ଖେଳ ଭାବନାକୁ ପ୍ରମାଣିତ କରିଛି ।