ଅକ୍ଟୋବର ତୃତୀୟ ସପ୍ତାହରେ ଲ୍ୟାଣ୍ଡଫଲ କରିବ ବାତ୍ୟା

0

ବ୍ୟୁରୋ / ରିପୋଟର୍ସ ଟୁଡେ : ମାଡିଆସୁଛି ଭୟଙ୍କରୀ ବାତ୍ୟା । ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା ଆଶଙ୍କା କରାଯାଉଛି । ୨୧ରୁ ୨୨ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ ହେବାନେଇ ସୂଚନା ମିଳିଛି । ଏହା ପାରାଦ୍ୱୀପ ରୁ ବାଲେଶ୍ୱର ଭିତରେ ମାଡ଼ ହୋଇପାରେ । ଆସୁଥିବା ବାତ୍ୟା ଅତି ଭୀଷଣ ରୂପ ନେଇପାରେ । ତେଣୁ ଆଗାମୀ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚ୍ଚିବଙ୍କୁ ନିର୍ଦ୍ଦେଶ କରାଯାଇଛି ।

ଯଦି ଆମେ ଓଡ଼ିଶା ଭୌଗଳିକ ସ୍ଥିତି ଉପରେ ନଜର ପକାଇବା ତେବେ ଚଳିତ ମାସରେ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ ପ୍ରତିବର୍ଷ ଭିଷଣ ବାତ୍ୟା ହୋଇଥାଏ । ବେଳେବେଳେ ଏହି ସମୟର ପରିଧି ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଆସୁଥିବା ବାତ୍ୟାକୁ ନେଇ ବିଚାରକୁ ନିଆଯାଇଛି । ମୁଖ୍ୟ ଶାସନ ସଚ୍ଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାତ୍ୟା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନେର୍ଦ୍ଦେଶ ଦେଇଛନ୍ତି ସଂପୃକ୍ତ ବିଭାଗ ମାନଙ୍କୁ । ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।