ତହସିଲଦାର ଏବଂ ପୋଲିସଙ୍କ ପକ୍ଷରୁ ଜୋରଦାର ଚେକିଂ

0

(ତାରା କାନ୍ତ ନାୟକ / ସାଲେପୁର) ; ମହାମାରୀ କରୋନା ପ୍ରଳୟ ରୂପ ନେଉଥିବା ସମୟରେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରୁଥିବା ସମୟରେ ଲୋକମାନେ କିନ୍ତୁ ଏହାକୁ ବେଖାତିର କରି ମାସ୍କ ନ ପିନ୍ଧି ବୁଲୁଥିବାଦେଖିବାକୁ ମିଳିଛି।କଟକ ଜିଲ୍ଲା ସାଲେପୁର ସହରରେ ଆଜି ସାପ୍ତାହିକ ହାଟ ଥିବାରୁ ଭିଡ଼କୁ ଆଖି ଆଗରେ ରଖି ସାଲେପୁର ତହସିଲଦାର ନିଜେ ହାଟରେ ବୁଲି ସ୍ଥିତି ଦେଖିଥିଲେ।ଯେଉଁ ମାନେ ମାସ୍କ୍ ପିନ୍ଧିନଥିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ।ସପ୍ତାହରେ ଦୁଇଥର ହାଟ ହେଉଥିବାରୁ ସକାଳୁ ଭିଡ଼ ପରିଲକ୍ଷିତ ହେଉଛି।ଯଦି ପ୍ରଶାସନ ତରଫରୁ ସାପ୍ତାହିକ ହାଟ ଗୋଟିଏ ଦିନ ହେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।ହାଟକୁ ଅଯଥାରେ ଲୋକମାନେ ଆସି ଭିଡ଼ କରୁଛନ୍ତି।ସରକାରଙ୍କ ନିୟମ ଅନୁସାରେ ହାଟ ଏବଂ ବଜାରକୁ ସାଇକଲ, ମଟର ସାକେଲରେ ନ ଆସି ଚାଲି ଚାଲି ଆସି ଅତ୍ୟାବଶୟକୀୟ ଜିନିଷ ନେବା ପାଇଁ କୁହା ଯ୍ଧବଥିବା ବେଳେ ଏହାର ବିଡମ୍ବନା ସାଲେପୁରରେ ଦେଖିବାକୁ ମିଳୁଛି। ଏହାକୁବନ୍ଦ କରିବା ପାଇଁ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଦାବି ହେଉଛି।