ମାସ୍କ ଓ ହେଲମେଟକୁ ନେଇ କଡା ଚେକିଂ

0

(ଓମ ପ୍ରକାଶ ମିଶ୍ର / ସୋନପୁର) ; ଦୈନିକ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକଡାଉନ ସଟଡାଉନ ଭଳି ପଦକ୍ଷେପ ନେଇଛନ୍ତି । ତେବେ ସେ ନେଇ ପ୍ରତ୍ୟେକ ଜିଲ୍ଲାରେ କଡାକଡା ଚେକିଂ ଚାଲିଛି । ସୋନପୁର ସହରର ନଳୀନି ଛକ ଓ ମନମୁଣ୍ଡା ସୀମାରେ କଡାକଡି ଭାବରେ ତନଖି କରାଯାଇଛି । ତେବେ ବିନା ମାସ୍କ ଓ ହେଲେମେଟ୍ରେ ବୁଲୁଥିବା ଅମାନିଆଙ୍କଠୁ ମଧ୍ୟ ଫାଇନ ନିଆଯାଇଛି । ଏବଂ ବଲାଙ୍ଗୀର ମୁଖ୍ୟ ରାସ୍ତାର କଳାପଥର ଛକଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡାକଡି ଭାବରେ ଗାଡି ମୋଟର ଗୁଡିକ ତନଖି କରି ଫାଇନ ନିିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।